ଅଯୋଧ୍ୟା ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି , ବିବାଦୀୟ ଜମି ଫେରାଇବା ପାଇଁ ସୁପ୍ରମିକୋର୍ଟରେ ମାମଲା

ଦିଲ୍ଲୀ(କେନ୍ୟୁଜ୍) : ଅଯୋଧ୍ୟା ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ବିବାଦୀୟ ଜମି ଛାଡି ଅନ୍ୟ ଜାଗାକୁ ରାମଜନ୍ମଭୂମି ନ୍ୟାସକୁ ଫେରାଇବା ପାଇଁ ସୁପ୍ରମିକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ସରକାର । ଏଥିସହ ସେହି ଜମି ଉପରେ ଥିବା ସ୍ଥିତାବସ୍ଥାକୁ ହଟାଇବାକୁ କୋର୍ଟଙ୍କୁ ଅନୁରୋଧ କରଯାଇଛି । ୧୯୯୨ ମସିହାରେ ବିବାଦୀୟ ଢାଞ୍ଚାକୁ ଭଙ୍ଗା ଯାଇଥିଲା । ଏହି ସମୟରେ ତତକାଳୀନ କେନ୍ଦ୍ର ସରକାର ୬୭ ଏକର ଜମି ଅଧିଗ୍ରହଣ କରିଥିଲେ । ତେବେ ଏହା ଉପରେ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି । ତେବେ ଏହା ମଧ୍ୟରୁ ମାତ୍ର ଶୂନ ଦଶମିକ ୩୧୩ଏକର ଜମି ବିବାଦୀୟ ଥିବା କେନ୍ଦ୍ର କହିଛି । ବଳକା ଜମିରେ କୈଣସି ବିବାଦ ନାହିଁ । ତେଣୁ ଏହା ଉପରେ ସ୍ଥିତାବସ୍ଥା ଜାରି କରିବା ଆବଶ୍ୟକ ନୁହଁ ବୋଲି କେନ୍ଦ୍ର ଯୁକ୍ତି ବାଢିଛି । ୭୦ ବର୍ଷ ହେଲା ଅଯୋଧ୍ୟା ମାମଲା କୋର୍ଟରେ ମାମଲା ପଡି ରହିଛି । ଅଯୋଧ୍ୟାର ବିବାଦୀୟ ଜମିକୁ ସମାନ ତିନି ଭାଗରେ -ରାମଲାଲା, ସୁନୀ ୱାକଫ୍‌ ବୋର୍ଡ ଓ ନିର୍ମୋହୀ ଆଖଡା ମଧ୍ୟରେ ବାଣ୍ଟିବାକୁ ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଇଥିଲେ । ହାଇକୋର୍ଟ ଏହି ୦. ୩୧୩ ଏକର ବିବାଦୀୟ ଜମିକୁ ସୁନୀ ଓ୍ଵାଖଫ ବୋର୍ଡ, ନିର୍ମୋହୀ ଆଖଡା ଓ ରାମ ଲାଲଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ ମାମଲା ସୁପ୍ରିମକୋର୍ଟରେ ବିଚରାଧିନ ରହିଛି । ଆଜି ସବୋଚ୍ଚ ନ୍ୟାୟାଳୟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ହେବାର ଥିଲା । କିନ୍ତୁ ଜଷ୍ଟିସ୍‌ ବୋବଡେ ଛୁଟିରେ ଥିବାରୁ ଶୁଣାଣି ଘୁଞ୍ଚିଛି।

 

Leave A Reply

Your email address will not be published.