ନୌସେନା ଦିବସରେ ପୁଟିନ୍ କହିଲେ, ରୁଷ୍ ପାଇଁ ଆମେରିକା ସବୁଠୁ ବଡ଼ ବିପଦ

ନୂଆଦିଲ୍ଳୀ : ରୁଷ୍ ପାଇଁ ଆମେରିକା ସବୁଠୁ ବଡ଼ ବିପଦ । ରୁଷିଆର ନୌସେନା ଦିବସରେ ଏମିତି ଏକ ସିଦ୍ଧାନ୍ତ ଗ୍ରହଣ କରିଛି କ୍ରେମଲିନ୍ । ପିଟର୍ସବର୍ଗରେ ନୌସେନା ଦିବସରେ ଯୋଗ ଦେଇ ଏ ସଂପର୍କିତ ଏକ ୫୫ ପୃଷ୍ଠାର ସିଦ୍ଧାନ୍ତ ଉପରେ ଦସ୍ତଖତ କରିଛନ୍ତି ପୁଟିନ୍ । ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ । କହିଥିଲେ ଆମେରିକା ବିଶ୍ୱର ପୂରା ସମୁଦ୍ରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି। ଆେଉ ନାଟୋ ସାମରିକ ମେଣ୍ଟକୁ ରୁଷ୍ ସୀମାର ନିଟକତର କରୁଛି। କିନ୍ତୁ ରୁଷ୍ ମହା ସାମୁଦ୍ରିକ ଶକ୍ତି ହୋଇ ରହିବ । ଏଥିସହ ଜିକ୍ରନ୍ ହାଇପରସୋନିକ କ୍ରୁଜ ମିସାଇଲର ଧମକ ଦେଇଛନ୍ତି ପୁଟିନ୍ । ବିଶ୍ୱର ଯେକୌଣସି ଶକ୍ତିକୁ ପରାସ୍ତ କରିବାକୁ ଜକ୍ରନ ସମର୍ଥ ବୋଲି କହିଛନ୍ତି ରୁଷ୍ ରାଷ୍ଟ୍ରପତି ।

ସେପଟେ ଲମ୍ବା ଯୁଦ୍ଧ ପାଇଁ ଆମେରିକାକୁ ଦାୟୀ କରିଛି ରୁଷ । ୟୁକ୍ରେନ୍ ଯୁଦ୍ଧ ସ୍ଥିତି ନେଇ ଆଲୋଚନା ବେଳେ ଆମେରିକାକୁ ଦାୟୀ କରିଛନ୍ତି ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ। ଫେବ୍ରୁଆରୀ ପରେ ପ୍ରଥମ ଥର ପାଇଁ ରୁଷ-ଆମେରିକା ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା। ଲାଭରୋଭଙ୍କୁ ଫୋନ୍ କରି କଥା ହୋଇଥିଲେ ଆମେରିକା ବୈଦେଶି ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ ।

ଆଲୋଚନା ବେଳେ ଲାଭରୋଭ କହିଛନ୍ତି, ଆମେରିକା ଓ ନାଟୋର ଅସ୍ତ୍ରଶସ୍ତ୍ର ପାଇଁ ଯୁଦ୍ଧ ଲମ୍ବୁଛି। ୟୁକ୍ରେନ୍ର ଯନ୍ତ୍ରଣା ଆଉ ଯୁଦ୍ଧ ବିପନ୍ନଙ୍କ ସଂଖ୍ୟା ବଢ଼ୁଛି। ଯୁଦ୍ଧରେ ରୁଷ୍ ସମସ୍ତ ଅନ୍ତର୍ଜାତୀୟ ନିୟମ ପାଳନ କରୁଛି ବୋଲି ବ୍ଲିଙ୍କେନ୍ଙ୍କୁ ଜଣାଇଦେଇଛନ୍ତି ଲାଭରୋଭ। ରୁଷ ମୁକ୍ତ କରୁଥିବା ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି। ସେହିଭଳି ଯୁଦ୍ଧବନ୍ଦୀଙ୍କ ବଦଳ ପାଇଁ ଉପଯୁକ୍ତ ଆଲୋଚନା କରିବାକୁ ବ୍ଲିଙ୍କେନ୍ଙ୍କୁ ପରାର୍ଶ ଦେଇଛନ୍ତି ରୁଷ୍ ବୈଦେଶିକ ମନ୍ତ୍ରୀ।

ସେପଟେ ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ବିଶ୍ୱ ସମୁଦାୟକୁ ଆହ୍ଵାନ ଦେଇଛନ୍ତି ଜେଲେନ୍ସ୍କି। ରାଜନୈତିକ ସ୍ତରରେ କେବଳ ନିନ୍ଦା କଲେ ଚଳିବ ନାହିଁ। ଓଲେନିଭ୍କା ଆକ୍ରମଣ ଏକ ଗଣହତ୍ୟା। ଏଭଳି ଜଘନ୍ୟକାଣ୍ଡ ପରେ ଆତଙ୍କବାଦୀଙ୍କ ସହ ଆଉ କି ସଂପର୍କ ରଖାଯାଇପାରେ ବୋଲି ପଚାରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି।

ଡୋନେସ୍କ ଅଞ୍ଚଳର ଓଲେନିଭ୍କାରେ ୟୁକ୍ରେନୀୟ ଯୁଦ୍ଧବନ୍ଦୀଙ୍କ ଉପରେ ଗତ ୨୯ରେ ଆକ୍ରମଣ ହୋଇଥିଲା। ଏଥିରେ ୫୦ ଜଣ ଯୁଦ୍ଧବନ୍ଦୀ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ ଓ ପାଶ୍ଚାତ୍ୟ ଦେଶ ରୁଷ୍କୁ ଦାୟୀ କରୁଛନ୍ତି। ରୁଷ୍ ମଧ୍ୟ ୟୁକ୍ରେନ୍କୁ ଦାୟୀ କରୁଛି। କିନ୍ତୁ ପ୍ରମାଣ ଦେଇ ପାରୁନି। ଆଜି ମୃତ ଯୁଦ୍ଧବନ୍ଦୀଙ୍କ ସଂପର୍କୀୟମାନେ କିଭ୍ରେ ରାସ୍ତାକୁ ଓହ୍ଲାଇଛନ୍ତି।

Leave A Reply

Your email address will not be published.