ନଦୀରେ ଭାସୁଥିଲା ପୁଳା ପୁଳା ୨୦୦-୫୦୦ ଟଙ୍କିଆ ନୋଟ, ଲୁଟିବା ପାଇଁ କୁଦି ପଡ଼ିଲେ ଲୋକେ, ପୋଲିସ ଆସିଲା ତ ହେଲା ଏମିତି କିଛି

ରାସ୍ତାରେ ଯାଉଥିବା ବେଳେ ଯଦି କେବେ ଆପଣ ଟଙ୍କା କି ପଇସା ପଡ଼ିଥିବାର ଦେଖନ୍ତି, ତ ଏହାକୁ କ’ଣ କରିବେ? ନିଶ୍ଚୟ ଉଠାଇବାକୁ ମନେ କରିବେ। ଏବେ ରାଜସ୍ଥାନର ଅଜମେର ଜିଲ୍ଲାରେ ମଧ୍ୟ ଏମିତି ହିଁ କିଛି ଦେଖିବାକୁ ମିଳିଛି। ଏଠାରେ ଏକ ନଦୀରେ ନୋଟ ଭାସୁଥିବାର ଦେଖି ଲୋକେ ଏହାକୁ ଲୁଟିବା ପାଇଁ ନଦୀକୁ କୁଦି ପଡ଼ିଥିଲେ।

ଆନାସାଗର ନଦୀରେ କେହି ଜଣେ ନୋଟ ଭର୍ତ୍ତି ବ୍ୟାଗ ଫିଙ୍ଗି ଦେଇଥିଲା। ଯେମିତି ହିଁ ଲୋକେ ପାଣିରେ ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ଭାସୁଥିବାର ଦେଖିଲେ, ତ ଜଣଙ୍କ ପରେ ଜଣେ କୁଦିବାକୁ ଲାଗି ପଡ଼ିଲେ।

ଏତିକି ନୁହେଁ, ସ୍ଥାନୀୟ ନଗର ନିଗମର କର୍ମଚାରୀମାନେ ମଧ୍ୟ ଡଙ୍ଗା ନେଇ ପଇସା ଲୁଟିବାକୁ ଚାଲି ଯାଇଥିଲେ। ତେବେ ମାମଲା ଯେତେବେଳେ ପୋଲିସ ପାଖରେ ପହଞ୍ଚିଥିଲା, ତ ପୋଲିସ ଏହା ଜାଣିବାକୁ ଚେଷ୍ଟା ଚଳାଇଛି କି, ଏହି ନୋଟ ଭର୍ତ୍ତି ବ୍ୟାଗକୁ କିଏ ନଦୀରେ ଫିଙ୍ଗିଥିଲା ଏବଂ ଏହା ପଛର କ’ଣ କାରଣ ହୋଇପାରେ।

ସୂଚନା ମୁତାବକ, ସକାଳୁ ସହରରେ ଚହଳ ପଡିଯାଇଥିଲା କି, ନଦୀରୁ ପଇସା ବାହାରୁଛି। ତ ଲୋକେ ଟଙ୍କା ଲୋଭରେ ସେଠାକୁ ଧାଇଁ ପଡ଼ିଥିଲେ। ଖବର ପାଇ ନଦୀର ରାମପ୍ରସାଦ ଘାଟରେ ପୋଲିସ ପହଞ୍ଚିଥିଲା। ସେଠାରେ ରୁଣ୍ଡ ହୋଇଥିବା ଲୋକଙ୍କୁ ଲାଠି ମାରି ଭଗେଇ ଦେଇଥିଲା। ପରେ ନୋଟ ଭର୍ତ୍ତି ବ୍ୟାଗକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.