ବାହାଘରର ଦ୍ବିତୀୟ ରାତିରେ ଶାଶୁଘର ଲୋକଙ୍କୁ ନିଜ ହାତରନ୍ଧା ଖାଦ୍ୟ ଖୁଆଇଲା ବୋହୂ, ଆଉ ତା’ପରେ…

ଜଣେ ଲୁଟେରା ବୋହୂ ବାହାଘରର ଦ୍ବିତୀୟ ରାତିରେ ହିଁ ଶାଶୁଘରୁ ଲୁଟି ନେଇଛନ୍ତି। ସେ ନିଜ ହାତରନ୍ଧା ଖାଦ୍ୟରେ ନିଶା ମିଶାଇ ଶାଶୁଘର ଲୋକଙ୍କୁ ଖାଇବାକୁ ଦେଇଥିଲେ ଏବଂ ସ୍ବାମୀଙ୍କ ସମେତ ପରିବାରର ୫ ଜଣଙ୍କୁ ବେହୋସ୍ କରିଦେଇଥିଲେ। ଏହାପରେ ଅତି ଚତୁରତାର ସହ ଘରେ ଥିବା ସୁନା ଅଳଙ୍କାର, ନଗଦ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ। ଖବର ପାଇ ସିଭିଲ୍ ଲାଇନ୍ ପୋଲିସ ପହଞ୍ଚି ବର ସମେତ ୫ଜଣଙ୍କୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରି ଜିଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଜନପଦ ମୁରାଦାବାଦରେ। ସମ୍ପର୍କୀୟଙ୍କ କହିବାନୁସାରେ, ବାହାଘର ପୂର୍ବରୁ ବୋହୂଙ୍କ ପରିବାର ଲୋକ ନିଜକୁ ଗରିବ ବୋଲି କହି ସେମାନଙ୍କଠାରୁ ୩୦ ହଜାର ଟଙ୍କା ମଧ୍ୟ ନେଇଥିଲେ।

ସୂଚନା ମୁତାବକ, ସିଭିଲ୍ ଲାଇନ୍ ଅଞ୍ଚଳର ଝାଞ୍ଝନପୁର ନିବାସୀ ସଞ୍ଜୟ ହୋଟେଲରେ କାମ କରନ୍ତି। ଅଗଷ୍ଟ ୨ ତାରିଖରେ ତାଙ୍କର ବିବାହ ବରେଲିର ପୂଜାଙ୍କ ସହିତ ଏକ ମନ୍ଦିରରେ ସମ୍ପନ୍ନ ହୋଇଥିଲା। ବୋହୂ ଆସିବା ପରେ ଘରେ ଖୁସିର ମାହୋଲ ଥିଲା। ଶନିବାର ରାତିରେ ବୋହୂ ଶାଶୁଘରର ସମସ୍ତଙ୍କୁ ନିଜ ହାତରନ୍ଧା ଖାଦ୍ୟରେ ନିଶା ମିଶାଇ ଖାଇବାକୁ ଦେଇଥିଲେ। ହେଲେ ନିଜେ ଖାଇବାକୁ ମନା କରିଦେଇଥିଲେ। ସ୍ବାମୀଙ୍କୁ କୋଲ୍ଡ ଡ୍ରିଙ୍କସ୍ ପିଇବାକୁ ଦେଇ ଶୋଇ ପଡ଼ିଥିଲେ। ଯେତେବେଳେ ପରିବାରର ସମସ୍ତ ସଦସ୍ୟ ଗାଢ଼ ନିଦରେ ଶୋଇପଡ଼ିଥିଲେ, ସେତେବେଳେ ପୂଜା ନିଜର କାରନାମା କରିଥିଲେ।

ଏହାସହ ପଢ଼ନ୍ତୁ: କୁକୁର ଓ ମଣିଷକୁ ଗାଧେଇଦେଲା ସିମ୍ପାଞ୍ଜି , ଦେଖନ୍ତୁ ମଜାଦାର ଭିଡିଓ

ପୋଲିସ କହିଛି, କିଛିଦିନ ପୂର୍ବରୁ ସଞ୍ଜୟଙ୍କର ବିବାହ ହୋଇଥିଲା। ବୋହୂ ଘରର ସମସ୍ତ ଅଳଙ୍କାର ଏବଂ ନଗଦ ୧୬ ହଜାର ଟଙ୍କା ନେଇ ଫେରାର୍ ହୋଇଯାଇଛନ୍ତି। ତାଙ୍କୁ ଖୋଜିବା ପାଇଁ ଚଢ଼ାଉ ଜାରି ରହିଛି। ତେବେ ଏ ନେଇ ମାମଲା ରୁଜୁ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଅନ୍ୟପକ୍ଷରେ ମହିଳା ଜଣକ କୌଣସି ଏକ ଗ୍ୟାଙ୍ଗରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।

Roshni

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

10 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

16 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

29 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago