ଖାଦ୍ୟ ନିରାପତ୍ତା: ଡାଲି, ଚାଉଳ, ଚିନି ଭଳି ୬ ଟି ଜିନିଷ ଅସଲି ନା ନକଲି ଚିହ୍ନଟ କରିବା ପାଇଁ FSSAI କହିଲା ଉପାୟ
ବଜାରରେ ଅନେକ ପ୍ରକାର ଜିନିଷ ବିକ୍ରି ହେଉଛି। କିନ୍ତୁ ସବୁ ଦ୍ରବ୍ୟ ଅସଲି ହୋଇଥିବ ତାହା ମଧ୍ୟ କୁହାଯାଇ ନ ପାରେ। ଆପଣ ଜାଣିଥିବେ ଯେ ବଜାରରେ ବେଳେ ବେଳେ ଅନେକ ପ୍ରକାର ଜିନିଷର ନକଲି ଦ୍ରବ୍ୟ ଆଖି ସମ୍ନାକୁ ଆସେ। ଯାହା ପାଇଁ ଚଢ଼ାଉ ମଧ୍ୟ ହୋଇଥାଏ। ଯାହାକୁ ଖାଇ ଅନେକ ଲୋକ ଅସୁସ୍ଥ ମଧ୍ୟ ହୋଇ ଥାଆନ୍ତି। କିନ୍ତୁ ଆପଣ ଏବେ କୌଣସି ରାସନ ଦ୍ରବ୍ୟ ଯେମିତିକି ଡାଲି, ଚିନି କିମ୍ୱା ଚାଉଳ କିଣିବା ସମୟରେ ଆଉ କିଛି ଅସୁବିଧା ହେବ ନାହିଁ। ତାକୁ ଆପଣ ଭଲ ଭାବେ ନିଜେ ପରଖି ପାରିବେ। ବର୍ତ୍ତମାନ ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅଥୋରିଟି FSSAI, ଏ ସବୁ ଖାଦ୍ୟ ସସ୍ୟକୁ କିପରି ପରୀକ୍ଷା କରାଯିବ ସେ ନେଇ ଏକ ରିପୋର୍ଟ ତିଆରି କରିଛି ।
ଏମିତିକି ଡାଲି, ଚାଉଳ, ପନିପରିବା, କ୍ଷୀର ପରି ଦୈନନ୍ଦିନ ବ୍ୟବହାର ସାମଗ୍ରୀର ପରୀକ୍ଷା ଏବେ ଠିକ୍ ଭାବେ ହୋଇପାରିବ। ବିଶ୍ଵ ଖାଦ୍ୟ ନିରାପତ୍ତା ଦିବସରେ FSSAI ପ୍ରକୃତ ଏବଂ ନକଲି ଜିନିଷଗୁଡିକ କିପରି ଯାଞ୍ଚ କରିପାରିବେ ତାହା ବିଷୟରେ ସୂଚନା ଦେଇଛି। ଅର୍ଥାତ୍ ଆଜି ୭ ଜୁନରେ, ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ବିଶ୍ୱରେ ପାଳନ କରାଯାଉଛି। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଖାଦ୍ୟ ସାମଗ୍ରୀର ସୁବିଧା ଏବଂ ଅସୁବିଧା ବିଷୟରେ ଲୋକଙ୍କୁ ସଚେତନ କରାଯିବା ଉଚିତ, ଯାହା ଦ୍ଵାରା ସେମାନେ ସଠିକ୍ ଦ୍ରବ୍ୟ ବାଛିବାରେ ଭୁଲ୍ କରିବେନାହିଁ।
ତେଣୁ ଆସନ୍ତୁ ଜାଣିବା FSSAI ମାଧ୍ୟମରେ ଆସିଥିବା ଡାଟା ବିଷୟରେ।
ଅସଲି ଏବଂ ନକଲି କେଶର ଭିତରେ ଫରକ:
କେଶର ସବୁଠୁ ଦାମୀ ଜିନିଷ। ଏମିତିକି ୧୦୦ ଗ୍ରାମ ପ୍ରତି ୪୦୦ ରୁ ୫୦୦ ଟଙ୍କା ନିଏ। ନକଲି ଓ ଅସଲି କେଶର ଭିତରେ ଥିବା ଫରକ ଜାଣିବା ପାଇଁ ଏଥିପାଇଁ ପ୍ରଥମେ ଏକ କାଚ ପାତ୍ରରେ ୭୦ ରୁ ୮୦ ଭିତରେ ଗରମ କରିଥିବା ପାଣିରେ ଭରନ୍ତୁ। ଏହା ପରେ ସେଥିରେ କିଛି ସାଫ୍ରନ୍ ମିଶାନ୍ତୁ। ଯଦି ଏହା ଶୁଦ୍ଧ ତେବେ ଏହା ଧୀରେ ଧୀରେ ପାଣିରେ ହଳଦିଆ ରଙ୍ଗର ରଙ୍ଗ ଛାଡିବ କିନ୍ତୁ ଯଦି ଏଥିରେ କିଛି ଆର୍ଟିଫିସିଆଲ ଜିନିଷ ମିଶିଥାଏ ତେବେ ସାଫ୍ରନ୍ ତୁରନ୍ତ କୃତ୍ରିମ ଭାବରେ ପାଣିରେ ମିଶାଯାଇଥିବା ରଙ୍ଗକୁ ଛାଡିବ ଯାହାକି ଲାଲ କିମ୍ବା ଗୋଲାପୀ ରଙ୍ଗର ହୋଇପାରେ।
ଡାଲିରେ ମିଶୁଛି ଅନେକ ଅପମିଶ୍ରିତ ଦ୍ରବ୍ୟ:
ଖାଇବା ରାସନ ମଧ୍ୟରେ ଆପଣ ଶୁଣିଥିବେ ଅନେକ ସମୟରେ ଡାଲି ଖାଇ ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ଯାହାକି ହୋଇଥାଏ ଅପମିଶ୍ରିତ ପଦାର୍ଥ ପାଇଁ, ଯାହାର ଯାଞ୍ଚ କରିବା ନିହାତି ଦରକାର। ଏଥିପାଇଁ ଏକ କାଚ ପ୍ଲେଟରେ କିଛି ଡ଼ାଲି ରଖନ୍ତୁ। ଯଦି ଆପଣଙ୍କ ପ୍ଲେଟରେ ଥିବା ଡାଲି ସହିତ କିଛି କଳା ମଞ୍ଜି ଅଛି ଦେଖାଯାଏ ତେବେ ଏହା ମିଶ୍ରିତ ଓ ଅସଲି ନୁହେଁ। ଯାହାକୁ ଖାଇଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। କିନ୍ତୁ ଶୁଦ୍ଧ ଡ଼ାଲିରେ ଅନ୍ୟ କୌଣସି ମଞ୍ଜି ମିଳିବ ନାଇଁ।
ସବୁଜ ପନିପରିବା ମିଶ୍ରଣ:
ପ୍ରାୟ ସମସ୍ତେ ସବୁଜ ଓ ସତେଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି। ସେଥିପାଇଁ କିଛି ଦୋକାନରେ ପରିବାକୁ ସତେଜ୍ କରିବା ପାଇଁ ସବୁଜ ରଙ୍ଗ ଦିଆଯାଏ। ଯାହାପାଇଁ ସେଥିରେ ପାରାଫିନ୍ ମିଶାଯାଏ। ତେଣୁ ଏହାକୁ ପରୀକ୍ଷା କରିବା ପାଇଁ ପନିପରିବା ଉପରେ ଏକ ଓଦା ସୂତା କପଡା ଲଗାନ୍ତୁ। ଯଦି କପଡ଼ା ରଙ୍ଗ ବଦଳିବ ନାହିଁ ତେବେ ଏହା ଠିକ୍ ପରିବା କିନ୍ତୁ ଯଦି ଏହାର ରଙ୍ଗ ସବୁଜ ହୋଇଯାଏ ତେବେ ଏହା ନକଲି ପରିବା।
ଜାଣନ୍ତୁ ଚିନି ଅସଲି କି ନକଲି:
କିଛି ସ୍ଥାନରେ ଚିନିରେ ୟୁରିଆ ମିସାଯାଏ, ଯାହାକୁ ଖାଇଲେ ଦେହ ଖରାପ ହେବା ଥୟ। ତେଣୁ ଏହାକୁ ଜାଣିବା ପାଇଁ ଏକ ଚାମଚ ଚିନିକୁ ଏକ ଗ୍ଲାସ ପାଣିରେ ଭଲ ଭାବେ ମିଶାନ୍ତୁ। ତା’ ପରେ ଏହାକୁ ସୁଙ୍ଘନ୍ତୁ। ଯଦି ଏହା ଆମୋନିଆର ଗନ୍ଧ ହେଉଛି, ତେବେ ବୁଝି ଯାଆନ୍ତୁ ଏହା ଅପମିଶ୍ରିତ। ସେହି ପରି ଅସଲି ଏବଂ ନକଲି ଚାଉଳକୁ ଓ ଗହମ ମଧ୍ୟ ଚିହ୍ନଟ କରାଯିବ ଦରକାର୍। ଶୁଦ୍ଧ ଚାଉଳ ବିଷୟରେ ଜାଣିବା ପାଇଁ ଏକ କାଚ ପ୍ଲେଟରେ କିଛି ଚାଉଳ ରଖନ୍ତୁ। ବର୍ତ୍ତମାନ ଚାଉଳ ଉପରେ ଭିଜାଇଥିବା ଧଳା ରଙ୍ଗର ଚୂନ ଢାଳନ୍ତୁ। ଯଦି ଏହା ଶୁଦ୍ଧ, ତେବେ ଚୂନ ତଳେ ଥିବା ଚାଉଳ ସମାନ ରହିବ ଯେତେବେଳେ କି ନକଲି ଚାଉଳର ରଙ୍ଗ ଲାଲ ହୋଇଯିବ। ଠିକ୍ ସେହିପରି ଅପମିଶ୍ରିତ ଗହମ ବିଷୟରେ ଜାଣିବା ପାଇଁ ଦୁଇଟି କାଚ ପ୍ଲେଟରେ ଗହମକୁ ଟିକିଏ ଟିକିଏ ରଖନ୍ତୁ। ଶୁଦ୍ଧ ଗହମରେ ୧ ପ୍ରତିଶତରୁ ଅଧିକ ବାହାର ଜିନିଷ କିଛି ନଥିବ ଜେବେକି ଅପମିଶ୍ରିତ ଗହମରେ ବିଭିନ୍ନ ପ୍ରକାର ଜିନିଷ ମିଶିଥିବ। ତେଣୁ ଆପଣ କେତେବେଳେ ବି କୌଣସି ରାସନ ଆଣିବେ ଏପରି ପରୀକ୍ଷା କରି ନିଶ୍ଚିତ ଆଣିବେ।