ଆମେରିକାରେ ମ୍ୟୁଜିକ କନସର୍ଟରେ ଆଖିବୁଜା ଗୁଳିଚାଳନା, ଜଣେ ପିଲା ମୃତ

ଆମେରିକାର ଓ୍ଵାଶିଂଟନ ଡିସିରେ ଏକ ମ୍ୟୁଜିକ କନସର୍ଟରେ ଗୁଳିକାଣ୍ଡ। ଏହି ଗୁଳିକାଣ୍ଡରେ ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିବା ଖବର ମିଳିଛି। ସୋମବାର ଓ୍ୱାଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଜଣେ ଶିଶୁ ମୃତ ସହିତ ୨ ଅନ୍ୟ ନାଗରିକ ଏବଂ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି। ତେବେ ଯେଉଁ ସ୍ଥାନରେ ଗୁଳିକାଣ୍ଡ ହୋଇଛି ସେଠାରୁ ଅଳ୍ପଦୂରରେ ଏକ ମ୍ୟୁଜିକ କନସର୍ଟ ହେଉଥିଲା । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଗୁଳିକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ଥିବା ଜଣାପଡିଛି ।
ମେଟ୍ରୋପଲିଟିଆନ୍ ପୋଲିସ ବିଭାଗର ଜଣେ ପ୍ରବକ୍ତା କହିଛନ୍ତି, ୟୁ ଷ୍ଟ୍ରିଟ୍ରେ ହୋଇଥିବା ଗୁଳିକାଣ୍ଡ ଯୋଗୁଁ ଜଣେ ପୋଲିସ ଅଧିକାରୀ ସହିତ ଅନେକ ଲୋକଙ୍କ ଉପରେ ଗୁଳିଚାଳନା କରାଯାଇଥିଲା। ଏହି ଗୁଳିକାଣ୍ଡ ସମୟରେ ପୋଲିସ ଅଧିକାରୀ ଜଣକ ସଡକରେ ଥିବା ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଥିବାର ଦେଖିବାକୁ ମିଳିଥିଲା। ଖବର ମୁତାବକ, ଓ୍ଵାଶିଂଟନ ଡିସିରେ ସୁଟିଂ ମୋଏଚେଲା କାର୍ଯ୍ୟକ୍ରମ ସମୟରେ ହୋଇଥିଲା।
MPD is responding to the area of 14th and U Street, NW, for a shooting incident in which multiple people have been shot, including an MPD officer. Media staging at 15th and U Street, NW. Chief Contee to provide a media briefing.
— DC Police Department (@DCPoliceDept) June 20, 2022
ସୂଚନାଯୋଗ୍ୟ, ଆମେରିକାରେ ଲଗାତର ଭାବେ ଗୁଳିମାଡ ଘଟଣା ବଢିବାରେ ଲାଗିଛି । କିଛିଦିନ ତଳେ ଉତ୍ତର ମେରୀଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲେ । ଏହାସହ ଜଣେ ଗୁରୁତର ହୋଇଥିଲେ ।
ସେହିପରି ଗତ ମାସରେ ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ । ସେହିପରି ଏକ ହସ୍ପିଟାଲରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଏକାଧିକ ମୃତାହତ ହୋଇଥିଲେ । ଆହୁରି ମଧ୍ୟ ଏକ ସପିଂ ମଲ୍ ଓ ଶ୍ମଶାନରେ ଗୁଳିକାଣ୍ଡ ଖବର ଆସିଥିଲା ।