ବେଙ୍ଗାଲୁରୁରେ ଓଡ଼ିଆଙ୍କ ଘରେ ଅଘଟଣ : ଗ୍ୟାସ୍ ଟାଙ୍କି ଫାଟି ଜଣେ ୧୯ ବର୍ଷର ଝିଅ ମୃତ ଓ ଅନ୍ୟ ୪ ଜଣ ଆହତ

ବେଙ୍ଗାଲୁରୁ (କେନ୍ୟୁଜ୍): ବେଙ୍ଗାଲୁରୁ ବୋମାସନ୍ଧ୍ର କିତଗନାହଲି ଠାରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି ଜଣେ ମୃତ ଏବଂ ୪ ଜଣ ଗୁରୁତର । ସୂଚନା ମୁତାବକ ଏମାନଙ୍କ ମଧ୍ୟରେ ୪ ଜଣ ଝିଅ ଓ ଜଣେ ଯୁବକ ଥିବା ଜଣାପଡିଛି। ଏମାନେ ସମସ୍ତେ ଓଡ଼ିଶାର ବୋଲି ସୂଚନା ମିଳିଛି । କନ୍ଧମାଳ ଅଞ୍ଚଳର ୪ ଜଣ ଓ ଜଣେ ରାୟଗଡା ଜିଲ୍ଲାର ବୋଲି ଜଣାପଡିଛି।

ଏମାନେ ସମସ୍ତେ ଗୋଟିଏ ଘରେ ରହୁଥିଲେ । ଗତକାଲି ରାତିରେ କୌଣସି କାରଣରୁ ଗ୍ୟାସ ଟାଙ୍କି ଫାଟି ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ସ୍ଥାନୀୟ ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ବାରୁଣୀ ପ୍ରଧାନ (୧୯)ଙ୍କର ମୃତ୍ୟୁ ହୋଇଛି ।

ଅନ୍ୟ ଗୁରୁତରଙ୍କ ମଧ୍ୟରେ କନ୍ଧମାଳର ମମତା ପ୍ରଧାନ (୧୯), ଅଞ୍ଜଳି ପ୍ରଧାନ (୨୧), ଉଦାମ ସୁନାମାଝୀ (୨୮) ଏବଂ ରାୟଗଡା ଜିଲ୍ଲାର ରୀନା ଟକରି (୨୨) ଅଛନ୍ତି । ଏମାନେ ସମସ୍ତେ ବେଙ୍ଗାଲୁରୁ ବୋମାସନ୍ଧ୍ର ADCOCK ଫାର୍ମାସି କମ୍ପାନୀରେ କାମ କରୁଛନ୍ତି । ଖବର ଅନୁଯାୟୀ ଗୁରୁତର ୪ଜଣଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.