ଗୋଟିଏ ମୋବାଇଲ କିଣିଲେ ୨ଟା ବିୟର ଫ୍ରି…ଏମିତି ଅଫର ଦେଇ ଗିରଫ ହେଲେ ଦୋକାନୀ

ଗୋଟିଏ ମୋବାଇଲ୍, ଦୁଇଟି ବିୟର। କଣ ଶୁଣିବାକୁ ଟିକେ ଅଲଗା ଲାଗୁଛି ନା । ହେଲେ କଥାଟା କିନ୍ତୁ । ଯାହା ପ୍ରଚାର ହେବ ପରେ ମାହାଙ୍ଗା ପଡିଛି ଦୋକାନୀଙ୍କୁ।

ଉତ୍ତରପ୍ରଦେଶ: ଗୋଟିଏ ମୋବାଇଲ୍, ଦୁଇଟି ବିୟର। କଣ ଶୁଣିବାକୁ ଟିକେ ଅଲଗା ଲାଗୁଛି ନା । ହେଲେ କଥାଟା କିନ୍ତୁ । ଯାହା ପ୍ରଚାର ହେବ ପରେ ମାହାଙ୍ଗା ପଡିଛି ଦୋକାନୀଙ୍କୁ। ଆଜି ହୋଲି ତେଣୁ ଏହି ଅବସରରେ ଜଣେ ଦୋକାନୀ ନିଜ ମୋବାଇଲ୍ ବମ୍ପର ଅଫର୍ ବିଜ୍ଞାପନ ଦେଇଥିଲେ । ଅଫର୍ ରେ ଥିଲା ଗୋଟିଏ ମୋବାଇଲ କିଣିଲେ ୨ଟା ବିୟର ଫ୍ରି। ହେଲେ ଦୋକାନୀଙ୍କୁ ଏଭଳି ଅଫର ପାଇଁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଉତ୍ତରପ୍ରଦେଶର ଭଦୋହୀରେ ଘଟିଛି ଏହି ଘଟଣା । ହୋଲି ଅବସରରେ ଜଣେ ଦୋକାନୀ ମୋବାଇଲ୍ କିଣିଲେ ଦୁଇଟି ବିୟର ମାଗଣାରେ ଦେବାର ଅଫର ଦେଇ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଏନେଇ ଖବର ମିଳିବା ପରେ ପୋଲିସ ଘଟଣାର ତଦନ୍ତ କରିବାପରେ ଅଭିଯୁକ୍ତ ଦୋକାନୀକୁ ଗିରଫ କରିଛି। ରେବଡା ପାରସପୁର ନିକଟରେ ଅବସ୍ଥିତ ଜଣେ ମୋବାଇଲ୍ ଦୋକାନୀ ଏଭଳି କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ମୋବାଇଲ୍ ଦୋକାନୀ ଅଧିକ ଫୋନ ବିକ୍ରି କରିବା ଆଶାରେ ଏହି ବିଜ୍ଞାପନ ଦେଇଥିଲେ । ତାଙ୍କ ଦୋକାନରୁ ଆଣ୍ଡ୍ରଏଡ୍ ମୋବାଇଲ୍ କିଣିଲେ ଦୁଇ ବୋତଲ ବିୟର ମାଗଣାରେ ଦିଆଯିବ। ମୋବାଇଲ୍ ସହିତ ବିୟରର ଫଟୋ ଉଠାଇ ଦୋକାନୀ ଏହାକୁ ଭାଇରାଲ କରିଥିଲେ। ଦୋକାନୀ ଏହାକୁ ହୋଲି ବମ୍ପର ଧମକା ନାମରେ ନାମିତ କରିଥିଲେ। ଯାହା ଫଳରେ ଘଟଣାଟି ପୋଲିସ ପାଖରେ ଯାଇ ପହଞ୍ଚିଥିଲା । ଏହା ପରେ ପୋଲିସ ପଚରାଉଚରା କରିବାପରେ ଦୋକାନୀ ରାଜେଶ ମୌର୍ଯ୍ୟଙ୍କୁ ଗିରଫ କରିଥିବା ଜଣାପଡିଛି ।