ଦେଶ ବିଦେଶ

କେରଳ ବ୍ଲାଷ୍ଟ୍‍: ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ, ବିସ୍ଫୋରଣ ପାଇଁ ନିଜକୁ କଲା ଦାୟୀ

କେରଳ ବୋମା ବିସ୍ଫୋରଣକୁ ନେଇ ଏକ ବଡ଼ ଖୁଲାସା। ସୂଚନା ମୁତାବକ, କେରଳର ଏଡିଜିପି (ଆଇନ ଏବଂ ବ୍ୟବସ୍ଥା) ଏମ୍‌ଆର୍‌ ଅଜିତ କୁମାର କହିଛନ୍ତି ଯେ ତ୍ରିସୁର ଗ୍ରାମୀଣର କୋଡାକରା ଥାନାରେ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରିଛି। ଏହି ବିସ୍ଫୋରଣ ସେ ହିଁ ଘଟାଇଥିବା ବ୍ୟକ୍ତି ଜଣକ ଦାବି କରିଛି।

ଏଡିଜିପି କହିଛନ୍ତି, ଆତ୍ମସମର୍ପଣ କରିଥିବା ବ୍ୟକ୍ତିର ନାମ ଡୋମିନିକ୍ ମାର୍ଟିନ। ସେ ଦାବି କରିଛି ଯେ ସେ ଏହି ସଭାର ଏକ ଗୋଷ୍ଠୀ ସହିତ ଜଡିତ ଅଛି। ଆମେ ଏହାକୁ ନିଶ୍ଚିତ କରୁଛୁ। ଏହି ମାମଲାର ସମସ୍ତ ଦିଗ ଉପରେ ଆମେ ଦୃଷ୍ଟି ରଖିଛୁ। ହଲ୍‌ ମଝିରେ ଏହି ବିସ୍ଫୋରଣ ଘଟିଥିବା ଏଡିଜିପି ସୂଚନା ଦେଇଛନ୍ତି।

କହି ରଖୁଛୁ, କେରଳର କୋଚିରେ ଥିବା ଜାମରା ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ପ୍ରଦର୍ଶନୀ କେନ୍ଦ୍ରରେ ରବିବାର ଏକ ପ୍ରାର୍ଥନା ସଭା ଚାଲିଥିଲା। ଏହି ସମୟରେ ହଠାତ୍‌ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ପ୍ରାର୍ଥନା ପାଇଁ ଏଠାରେ ୨୦୦୦ରୁ ଅଧିକ ଲୋକ ଏକାଠି ହୋଇଥିଲେ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ବିସ୍ଫୋରଣ ପାଇଁ ଇନ୍‌ସେଣ୍ଡିୟାରି ଡିଭାଇସ୍‌ ବ୍ୟବହାର କରାଯାଇଥିଲା। ଏହି ଡିଭାଇସ୍‌ ଆଇଡି ପରି ହୋଇଥାଏ। ଏହାଦ୍ୱାରା ଏକ ଛୋଟିଆ ବିସ୍ଫୋରଣ ହୁଏ, ଯେଉଁଥିରେ ଘଟଣାସ୍ଥଳରେ ନିଆଁ ଲାଗିଯାଏ।

Roshni

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

3 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

19 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

28 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

37 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

53 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago