ପଣ୍ଡ ହେଲା ପାକ୍ ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଯୋଜନା, ଆତଙ୍କୀ ଜାହିଦ ଗିରଫ

ନୂଆଦିଲ୍ଲୀ : ପଣ୍ଡ ହେଲା ପାକ୍ ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଯୋଜନା। ମୁମ୍ବାଇ ଭଳି ହାଇଦ୍ରାବାଦରେ ମଧ୍ୟ କରିଥାନ୍ତେ ଭୟଙ୍କର ବିସ୍ଫୋରଣ। କୌଣସି ରାଲି ବା ସର୍ବସାଧାରଣ ସ୍ଥଳରେ ଲୋନ୍ ଉଲ୍ଫ ଆଟାକ କରିବାର ଥିଲା ପ୍ଲାନ। ହାଇଦ୍ରାବାଦରୁ ଗିରଫ ଆତଙ୍କବାଦୀ ଜାହିଦକୁ ପଚରାଉଚରା ପରେ ଏହା ଜଣାପଡିଛି । ମୁମ୍ବାଇ ପରେ ଏବେ ପାକ୍ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ହାଇଦ୍ରାବାଦ।

ପାକିସ୍ତାନରେ ରହି ନେଟୱର୍କକୁ ଅପରେଟ କରୁଥିବା ହାଣ୍ଡଲର୍ ସହ ଯୋଗାଯୋଗରେ ଥିଲା ଜାହିଦ। ଭାରତରେ ଆତଙ୍କବାଦୀ ସଂଗଠନ ପାଇଁ ଯୁବକଙ୍କୁ ଭର୍ତ୍ତି କରିବା ସହ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରୁଥିଲା ଜାହିଦ। ଏହା ପଛରେ ଆଇଏସଆଇ ଏବଂ ଲସ୍କର-ଇ-ତୋଏବାର ଲିଙ୍କ ଥିବା ସେ କହିଛି। ଏନଆଇଏ ଆତଙ୍କୀ ଜାହିଦକୁ ଗିରଫ କରିବା ସହ ୨ଟି ହ୍ୟାଣ୍ଡ ଗ୍ରେନେଡ,୪ ଲକ୍ଷ ଟଙ୍କା ଏବଂ ଦୁଇଟି ମୋବାଇଲ ଉଦ୍ଧାର କରିଛି ।

ପୂର୍ବରୁ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜାହିଦକୁ ୨୦୦୫ରେ ଗିରଫ କରାଯାଇଥିଲା, କିନ୍ତୁ ପ୍ରମାଣ ଅଭାବରୁ ୨୦୧୭ ରେ ମୁକ୍ତ କରାଯାଇଥିଲା । ଏହା ପରେ ତା ଉପରେ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା। ୨୦୨୨ ଅକ୍ଟୋବର ୨ତାରିଖରେ ସାଧାରଣ ସଭାରେ ଗ୍ରେନେଡ ଫିଙ୍ଗିବା ନେଇ ଷଡ଼ଯନ୍ତ୍ର ଅଭିଯୋଗରେ ଅବଦୁଲ ଜାହିଦ ଓ ତାର ୨ ସହଯୋଗୀଙ୍କୁ ଗିରଫ କରିଥିଲା ଏନଆଇଏ।

Leave A Reply

Your email address will not be published.