ସିକିମରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ, ଫସି ରହିଛନ୍ତି ୧୦୦୦ରୁ ଅଧିକ ପର୍ଯ୍ୟଟକ

ସିକିମରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଟୁର ପାଇଁ ପର୍ଯ୍ୟଟକଙ୍କୁ ନପଠାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ୧୦୦୦ରୁ ଉର୍ଦ୍ଧ୍ବ ଲୋକ ଫସି ରହିଛନ୍ତି । ଗୁରୁଦ୍ବାର, ITBPରେ ୨୦୦ ପର୍ଯ୍ୟଟକଙ୍କ ଗାଡି ମଧ୍ୟ ଫସି ରହିଛି । ଖରାପ ପାଣିପାଗ ପାଇଁ ରାସ୍ତା କ୍ଷତିଗ୍ରସ୍ତ ହୋଇ ଅସୁରକ୍ଷିତ ଅବସ୍ଥାରେ ରହିଛି । ତେଣୁ ସିକିମର ଯାତାୟତକୁ ବନ୍ଦ କରାଯାଇଛି । ଆଗୁଆ ପରିମିଟକୁ ଅମାନ୍ୟ ବୋଲି ଘୋଷଣା କରାଯାଇଛି ।

ସୂଚନାନୁଯାୟୀ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି କର୍ତ୍ତୁପକ୍ଷ ଟୁର ଯାତ୍ରୀଙ୍କୁ ସିକିମକୁ ନପଠାଇବା ପାଇଁ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲାଚେନ-ଚୁଙ୍ଗଥାଙ୍ଗ, ମୁନ୍ସିଥାଙ୍ଗ ଏବଂ ଲାଚଙ୍ଗ-ଚୁଙ୍ଗଇାଙ୍ଗ ରାସ୍ତାରେ ଭୂସ୍ଖଳନ ଘଟିଥିବାର ସୂଚନା ମିଳୁଛି ।

ଅନ୍ୟପଟେ ଲଗାତାର ବର୍ଷା କାରଣରୁ ସିକିମର ଅନେକାଂଶ ଅଞ୍ଚଳରେ ବନ୍ୟା ଭଳି ସମସ୍ୟା ଦେଖାଦେଇଛି । ଯାହାଫଳରେ ସୁରକ୍ଷିତ ଯାତାୟତରେ ବାଧା ସୃଷ୍ଟି କରିଛି । ସଡକ ସଂଯୋଗକୁ ମଧ୍ୟ ପ୍ରଭାବିତ କରିଛି । ତେଣୁ ସମସ୍ତ କଥାକୁ ଦୃଷ୍ଟିରେ ରଖି ଯାତାୟତ ନ କରିବାକୁ ମନା କରାଯାଇଛି । ପର୍ଯ୍ୟଟକଙ୍କୁ ପୂର୍ବରୁ ଦିଆଯାଇଥିବା ସମସ୍ତ ପରମିଟକୁ ସରକାରୀ ସ୍ତରରେ ବାତିଲ କରାଯାଇଛି । ସିକିମକୁ କୌଣସି ପର୍ଯ୍ୟଟକଙ୍କୁ ନ ପଠାଇବାକୁ ସମସ୍ତ ଟୁର୍ ଅପରେଟରମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Also Read : ଆମେରିକାରୁ ଆସିଥିଲେ ପରିବାର ସହ ଛୁଟି କଟାଇବା ପାଇଁ, ହେଲେ ଚାଲିଗଲା ଜୀବନ