ଦେଶ ବିଦେଶ

ବାଲାକୋଟ୍ ଏୟାରଷ୍ଟ୍ରାଇକକୁ ପୂରିଲା ବର୍ଷେ, ଯେଉଁଦିନ ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତୀୟ ବାୟୁସେନା

ମନରୁ ଲିଭିନି ସେହି ୧୪ ଫେବ୍ରୁଆରୀ । ଯେଉଁଦିନ ହୋଇଥିଲା ପୁଲଓ୍ଵାମା ବିସ୍ଫୋରଣ । ଆଉ ଯେଉଁଦିନ ଦେଶ ହରାଇଥିଲା ୪୦ ବୀରପୁତ୍ରଙ୍କୁ । ତେବେ ୧୨ ଦିନ ଧରି ଜଳୁଥିବା ପ୍ରତିଶୋଧର ନିଆଁକୁ ଆତଙ୍କବାଦୀଙ୍କ ରକ୍ତରେ ଥଣ୍ଡା କରିଥିଲେ ଭାରତୀୟ ବାୟୁସେନା । ୪୦ ବଦଳରେ ନେଇଥିଲା ୩୦୦ ଆତଙ୍କୀଙ୍କ ମୁଣ୍ଡ। ୨୬ ଫେବ୍ରୁଆରୀରେ ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ । ଦେଶର ୪୦ ବୀର ଯବାନଙ୍କ ଜୀବନ ନେଇଥିଲା ପୁଲଓ୍ଵାମା ଆକ୍ରମଣ । ଆଉ ପ୍ରତିବଦଳରେ ପାକିସ୍ତାନରେ ପଶି ୩୦୦ ଆତଙ୍କୀଙ୍କୁ ସଫା କରିଆସିଲା ଭାରତ। ଯେଉଁ ଅପରେସନ୍ ଦ୍ବାରା ଭାରତ ନିଜର ପ୍ରତିଶୋଧ ନେଇଥିଲା ତାହା ଥିଲା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ । ଆଜି ସେହି ବାଲାକୋଟ୍ ଏୟାରଷ୍ଟ୍ରାଇକକୁ ପୂରିଛି ବର୍ଷେ । ୨୦୧୯ ଆଜିର ଦିନରେ ଭାରତ ଇତିହାସରେ ଯୋଡି ହୋଇଯାଇଥିଲା ଆଉ ଏକ ନୂଆ ଅଧ୍ୟାୟ ।

ସେ ଦିନ ଥିଲା ଫେବୃଆରୀ ୨୬ । ସମୟ ଥିଲା ପାଖାପାଖି ଭୋର ୩ଟା ୩୦ମିନିଟ୍ । ପୁଲୱାମାରେ ଆତଙ୍କୀ ଆକ୍ରମଣର ବଦଲା ନେବା ପାଇଁ ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ପାକିସ୍ତାନ ସୀମାରେ ପଶି ଆତଙ୍କୀଙ୍କ କ୍ୟାମ୍ପକୁ ନଷ୍ଟ କରିବା ପାଇଁ ସେନାକୁ ଲାଗିଥିଲା ମାତ୍ର ୯୦ ସେକେଣ୍ଡ ସମୟ । ଅର୍ଥାତ୍ ମାତ୍ର ଦେଢ ମିନିଟରେ ହିଁ ଜୈଶ୍ – ଏ – ମହମ୍ମଦର ୩୦୦ ଆତଙ୍କବାଦୀଙ୍କ କାମ ତମାମ୍ କରିଥିଲେ ଭାରତୀୟ ବାୟୁସେନା । ଧ୍ୱଂସ ହୋଇଥିଲା ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଓ ଲଞ୍ଚ ପ୍ୟାଡ୍‌। ୨୬ ଫେବ୍ରୁଆରିରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏହି ଅପରେସନ୍ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଏହାକୁ ଅତ୍ୟନ୍ତ ଗୋପନୀୟ କରି ରଖାଯାଇଥିଲା।

୨୬ ଫେବ୍ରୁଆରିର ବିଳମ୍ବିତ ରାତ୍ରିରେ ଦେଶର ଆଭ୍ୟନ୍ତରରେ ଥିବା ବାୟୁସେନାର ଏକାଧିକ ଏୟାର ବେସରୁ ୧୨ଟି ମିରାଜ୍ ୨୦୦୦ ବିମାନ ଶ୍ରୀନଗର ଅଭିମୁଖେ ଉଡ଼ାଣ ପହଞ୍ଚିଥିଲା ଶ୍ରୀନଗରରେ । ଏହି ଅପରେସନର ସାଙ୍କେତିକ ଶବ୍ଦ ରଖା ଯାଇଥିଲା ‘ବନ୍ଦର’ । ଶ୍ରୀନଗରରେ ପହଞ୍ଚିବା ପରେ ସମସ୍ତ ବିମାନର ରେଡିଓ ସିଗନାଲ କନେକ୍ଟିଭିଟିକୁ ବନ୍ଦ କରି ଦିଆଯାଇଥିଲା । ପରେ ସମସ୍ତ ମିରାଜ୍ ୨୦୦୦ ବିମାନ ଏକାସାଙ୍ଗରେ ସୀମା ଅତିକ୍ରମ କରି ପାକିସ୍ତାନର ଖାଇବର୍ ପୋଖତନଓ୍ଵା ପ୍ରୋଭିନ୍ସର ବାଲାକୋଟ୍ ସହର ଅଭିମୁଖେ ଅଗ୍ରସର ହୋଇଥିଲା ।

ଠିକ୍ ଭୋର ୩ଟା ୩୦ ମିନିଟରେ ବାଲକୋଟ ସ୍ଥିତ ଜୈସ୍-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ବାୟୁସେନାର ସ୍କାର୍ଡନ୍ ନମ୍ବର ୭ ଓ ସ୍କାର୍ଡନ୍ ନମ୍ବର ୯ର ଦୁଇଟି ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ଜୈସ୍ କ୍ୟାମ୍ପକୁ ଧ୍ୱଂସ କରିବା ସହ ମିଶନ ପୂରା କରି ନିଜ ଦେଶର ସୀମା ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ। ପାକିସ୍ତାନ ବିରୋଧରେ ଏହାଥିଲା ଭାରତର ସବୁଠାରୁ ବଡ଼ ପଦକ୍ଷେପ। ପୁଲଓ୍ଵାମା ଆକ୍ରମଣର ଏଭଳି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଭାରତୀୟ ସେନା।

Sonalisa

Recent Posts

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

20 mins ago

ସୁନା କିଣିବାକୁ ଯିବା ପୂର୍ବରୁ ଜାଣନ୍ତୁ ଆଜିର ମୂଲ୍ୟ; ଭୁବନେଶ୍ବରରେ କମିଛି ଦର

ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି…

32 mins ago

ଏଥର ସଅଳ ପହଞ୍ଚିବ ମୌସୁମୀ, ୮ ତାରିଖ ମଧ୍ୟରେ ଛୁଇଁପାରେ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି  । ଦିନରେ ତାତି ରାତିରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି …

52 mins ago

ଚୋରା କାଠ ବ୍ୟବସାୟକୁ ନେଇ ପୂର୍ବ ଶତ୍ରୁତା, ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଫୁଟିଲା ଗୁଳି। ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ସୁତେଇବଡଗାଁରେ ଗୁଳିକାଣ୍ଡ । ଚୋରା କାଠ ବ୍ୟବସାୟକୁ ନେଇ…

1 hour ago

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୭ରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ

ପୁରୀ (କେନ୍ୟୁଜ): ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସାଢେ ୩ ଘଣ୍ଟା…

1 hour ago

ଭାରସାମ୍ୟ ହରାଇ ଘରକୁ ମାଡ଼ିଗଲା ଡମ୍ଫର, ସ୍ବାମ-ସ୍ତ୍ରୀ ମୃତ

ଜଳେଶ୍ୱର (କେନ୍ୟୁଜ): ମାଡିଗଲା ଚିପ୍ସ ବୋଝେଇ ଡମ୍ଫର । ସ୍ବାମ-ସ୍ତ୍ରୀ ମୃତ । ଘର ଭିତରେ ଶୋଇଥିବା ବେଳେ ମାଡିଗଲା…

2 hours ago