ପୂର୍ବରୁ ଗ୍ରାହକଙ୍କୁ କନ୍ଦାଉଥିଲା ଏବେ ଚାଷୀ କାନ୍ଦୁଛନ୍ତି, ମଣ୍ଡିରେ ସଢୁଛି ପିଆଜ

ଗତ କିଛି ମାସ ତଳେ ପିଆଜ ଦର ଲୋକଙ୍କୁ କନ୍ଦାଉଥିଲା। ଲୋକେ ବଜାରକୁ ଗଲେ ପିଆଜ କିଣିବାକୁ ଭୟ କରୁଥିଲେ। ଅନେକ ହୋଟେଲ ହେଉ ଅବା ରେଷ୍ଟୁରାଣ୍ଟରେ ମିଳୁଥିବା ଖାଦ୍ୟରେ ପିଆଜ ପରଷା ଯାଉନଥିଲା। କିନ୍ତୁ ସେତେବେଳେ ଗ୍ରାହକ କାନ୍ଦୁଥିବା ବେଳେ ଚାଷୀ କାନ୍ଦିବାକୁ ବାଧ୍ୟ ହେଉଛି। ପିଆଜର ଦର ହ୍ରାସ ଯୋଗୁଁ ମଣ୍ଡିରେ ଟନ ଟନ୍‌ ପିଆଜ ସଢୁଛି। ଏଥିପାଇଁ ପିଆଜ ଚାଷୀଙ୍କ ଚିନ୍ତା ବଢିଯାଇଛି।

onion 1

ଗତ ସେପ୍ଟେ୍ଵମ୍ବର ୨୦୧୯ରୁ ଡିସେମ୍ବର ପର୍ଯ୍ୟନ୍ତ ପିଆଜ ଦରରେ ଅହେତୁକ ବୃଦ୍ଧି ଯୋଗୁଁ ସରକାର ଷ୍ଟକ ଲିମିଟ୍‌ ଧାର୍ଯ୍ୟ କରିବା ସହିତ ଅନ୍ୟ କେତେକ କାର୍ଯ୍ୟରେ ପ୍ରତିବନ୍ଧକ ଲଗାଇଥିଲେ। ଡିସେମ୍ବରରେ ପିଆଜ କୁଇଣ୍ଟାଲ ପ୍ରତି ୮,୬୨୫ ଟଙ୍କା ରହିଥିବା ବେଳେ ଏବେ ନୂଆ ଫସଲ ଆସିବା ପରେ ପିଆଜ କୁଇଣ୍ଟାଲ ପ୍ରତି ୨,୨୫୦ ଟଙ୍କା ରହିଛି। ଏଥିପାଇଁ ମହାରାଷ୍ଟ୍ର କିସାନ ସଂଗଠନ ଷ୍ଟକ ଲିମିଟ୍‌ ଏବଂ ଏକ୍ସପୋର୍ଟ ଉପରେ ଲାଗିଥିବା ପ୍ରତିବନ୍ଧକୁ ହଟାଇବା ପାଇଁ ସରକାରଙ୍କୁ ଦାବି କରିଛନ୍ତି। ପିଆଜ ଦରବୃଦ୍ଧି ସମୟରେ ବିଦେଶରୁ ଆସିଥିବା ପିଆଜ ଏବେ ମଣ୍ଡିରେ ସଢୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.