ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୪ବର୍ଷରେ ମିଳିଥିବା ୧୯୦୦ଟି ଉପହାରର ହେବ ନିଲାମୀ

ନୂଆଦିଲ୍ଲୀ(କେନ୍ୟୁଜ୍) :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୪ବର୍ଷରେ ମିଳିଛି ୧୯୦୦ଟି ଉପହାର । ତେବେ ଏହି ସବୁ ଉପହାସକୁ ଅନଲାଇନରେ ନିଲାମ କରାଯିବ । ଏହି ଉପହାର ମଧ୍ୟରେ ପଗଡି, ହାଫ୍ ଜ୍ୟାକେଟ୍, ଏବଂ ଶାଲ ସମେତ ଧନୁଷ ଏବଂ ହନୁମାନଙ୍କ ଗଦା ମଧ୍ୟ ସାମିଲ ରହିଛି । ପଗଡ ଗୁଡିକର ନିଲାମୀ ୮୦୦ ଟଙ୍କାରୁ ଆରମ୍ଭ ହେବାକୁ ଥିବାବେଳେ ୫୦୦ ଟଙ୍କାରେ ଶାଲ ଏବଂ ୩୦୦୦ ଟଙ୍କାରୁ ପ୍ରାରମ୍ଭ ନିଲାମୀ ଡକାଯିବ । ସବୁଠାରୁ ମହଙ୍ଗା ସରର୍ଦାର ବଲ୍ଲଭ ଭାଇ ପଟେଲଙ୍କ ମେଟାଲିକ୍ ମୂର୍ତ୍ତୀ ୧୦ହଜାର ଟଙ୍କା ଏବଂ ଏକ ଧାଗାରେ ତିଆରି ହୋଇଥିବା ଫ୍ରେମର ନିଲାମୀ ୫ହଜାର ଟଙ୍କାରୁ ଆରମ୍ଭ ହେବ ।

modi3କଲ୍ୟାଣମୟ କାର୍ଯ୍ଯରେ ହେବ ଉପଯୋଗ:

ଏହି ସବୁ ଉପହାର ଗୁଡିକୁ ଆପଣ ମଧ୍ୟ openuction.gov.in ରେ ନିଲାମ ଡାକି କିଣି ପାରିବେ । ବର୍ତ୍ତମାନ ନ୍ୟାସନାଲ ଗ୍ୟାଲେରୀ ଆଣ୍ଡ ମଡର୍ଣ୍ଣ ଆର୍ଟ ଇଣ୍ଡିଆ ଗେଟର ଗୋଲ ଚକ୍କର ଠାରେ ଏହାର ପ୍ରଦର୍ଶନୀ ଲାଗିଛି । ନ୍ୟାସନାଲ ଗ୍ୟାଲେରୀ ଆଣ୍ଡ ମଡର୍ଣ୍ଣ ଆର୍ଟର ନିର୍ଦ୍ଦଶକ ଶତ୍ରୁ ଶର୍ମା କହିଛନ୍ତି କି ଉପହାର ଗୁଡିକରେ ପିଏମଓର ବେସ୍ ରେଟ୍ ପ୍ରାଇଜ୍ ଫିକ୍ସ କରାଯାଇ ଆସିଛି । ଏହା ଏକ ମୌକା ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଉପହାର ନିଲାମୀ ଲଗାଯାଇ କଲ୍ୟାଣମୟ କାର୍ଯ୍ଯରେ ବିନିଯୋଗ କରାଯିବ ।

ସବୁଠାରୁ ବଡ ସର୍ଦାର:

ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୪୬x୯୮୦ର ଫଟୋ ଫ୍ରେମ୍, ଯାହାର ନିଲାମୀ ରେଟ୍ ୫ହଜାର ଟଙ୍କାରୁ ଆରମ୍ଭ ହେବ । ସେହି ସମୟରେ ୪୨ ସେମିର ଏକ ମେଟାଲିକ୍ ଷ୍ଟାଟ୍ୟୁ ଯାହା ଆନନ୍ଦ ଜିଲ୍ଲାର ବିଜେପି ପକ୍ଷରୁ ଦିଆଯାଇଥିଲା ତାହାକୁ ୧୦ ହଜାର ଟଙ୍କାରେ ନିଲାମୀ ଡକାଯିବ ।

modi୭ଟି ଘୋଡା ଥିବା ଚାନ୍ଦୀର ରଥ :

୭ଟି ଘୋଡା ଥିବା ଚାନ୍ଦି ରଥର ନିଲାମୀ ୧୦୦୦ ଟଙ୍କାରୁ ଆରମ୍ଭ ହେବ । ସେହିପରି ଗ୍ରାମ ଉଦୟ ଭାରତ ଉଦୟ ଅଭିଯାନରେ ୪ଟି ଘୋଡା ବିଶିଷ୍ଟ ରଥର ନିଲାମୀ ୪୦୦୦ ଟଙ୍କାରୁ ଆରମ୍ଭ ହେବ । ୭୪ ସେମି ବିଶିଷ୍ଟ ଏକ ଢୋଲ ବାଜାର ନିଲାମୀ ୧୫୦୦ ଟଙ୍କାରୁ ଆରମ୍ଭ ହେବ ।

ଧନୁଷ ଠାରୁ ମହଙ୍ଗା ଗଦା :

ପ୍ରଧାନମନ୍ତ୍ରୀଙ୍କୁ ରାମଙ୍କ ଧନୁଷ ଏବଂ ହନୁମାନଙ୍କ ଗଦା ଉପହାର ସ୍ବରୂପ ମିଳିଥିଲା । ଉକ୍ତ ଧନୁଷଟିର ଲମ୍ବା ୧୫୨ ସେମି ହୋଇଥିବାବେଳେ, ଏହାର ନିଲାମୀ ୫୦୦ଟଙ୍କାରୁ ଆରମ୍ଭ ହେବ । ସେହିପରି ୧୪୭ ମେସି ଲମ୍ବା ବିଶିଷ୍ଟ ମେଟାଲିକ୍ ଗଦାର ନିଲାମୀ ୨୫୦୦ ଟଙ୍କାରୁ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like