କରୋନା ଯୋଗୁ ଚଳିତବର୍ଷ ଅନଲାଇନରେ ହେବ ଚାରିଧାମ ଦର୍ଶନ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

କରୋନା ସ୍ଥିତି ଯୋଗୁ ଏବେ ଘରୁ ବାହାରିବାକୁ ସରକାର ମନା କରିଛନ୍ତି। ଏଥିପାଇଁ ଲକଡାଉନର ଅବଧିକୁ ମଧ୍ୟ ମେ ୩ ଯାଏଁ ବଢ଼ାଇ ଦିଆଯାଇଛି। କରୋନା ସଂକ୍ରମଣର ଆଶଙ୍କାରେ ଗତ ମାର୍ଚ୍ଚ ଶେଷ ସପ୍ତାହରୁ ଦେଶର ସମସ୍ତ ବଡ଼ ବଡ଼ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଏହି କଟକଣା ଚାରି ଧାମ ଯାତ୍ରା ଉପରେ ମଧ୍ୟ ଲାଗିଛି।

गंगोत्री व यमुनोत्री के कपाट खुलने ...

ଲକଡାଉନକୁ ଦୃଷ୍ଟିରେ ରଖି ଡେରାଡୁନର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ସୂଚନା ଦେଇ କହିଛନ୍ତି ଯେ ଚଳିତଥର କପାଟ ଖୋଲିବା ପରେ ଚାରିଧାମର ଦର୍ଶନ ଭକ୍ତମାନେ ଅନଲାଇନରେ କରିବେ। ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ।

ଗତକାଲି ସଚିବାଳୟରେ ଅନୁଷ୍ଠିତ ବୈଠକ ପରେ ଶ୍ରୀ ରାୱତ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରଦ୍ଧାଳୁମାନେ କପାଟ ଖୋଲିବା ଦିନ ବଦ୍ରିନାଥ- କେଦାରନାଥ-ଗଂଗୋତ୍ରୀ ଓ ଯମୁନୋତ୍ରୀ ଦର୍ଶନ କରିଥାନ୍ତି। କିନ୍ତୁ କରୋନା ସଙ୍କଟ ଯୋଗୁ ଚଳିତ ବର୍ଷ ଦର୍ଶନ ସମ୍ଭବପର ନୁହେଁ। ଏଣୁ ଶ୍ରଦ୍ଧାଳୁଙ୍କ ପାଇଁ ଚଳିତ ଥର କପାଟ ଖୋଲିବା ପରେ ଅନଲାଇନ ଦର୍ଶନର ବ୍ୟବସ୍ଥା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.