ଫାସଟାଗ୍‌ ବ୍ୟବହାରକାରୀ ହୋଇଯାନ୍ତୁ ସାବଧାନ, ଆପଣଙ୍କ ଆକାଉଣ୍ଟ ବି ହୋଇପାରେ ଖାଲି

ଚଳିତ ମାସରେ ସାରା ଦେଶରେ ଲାଗୁ ହୋଇଥିଲା ଫାସଟାଗ୍‌ ନିୟମ। ଏହି ନିୟମ ଲାଗୁ ହେବା ପରେ ଲୋକମାନେ ଅନେକ ଠକାମିର ଶିକାର ହେଉଛନ୍ତି। ଫାସଟାଗକୁ ନେଇ ଅନେକ ଫ୍ରଡର ମାମଲା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଫାସଟାଗ ରିଚାର୍ଜ କରି ମାତ୍ର ଗୋଟିଏ ଲିଙ୍କକୁ କ୍ଲିକ କରିବା ଦ୍ୱାରା ୯୩ ହଜାର ଟଙ୍କା ଫ୍ରଡ୍‌ ହୋଇଛି। ମୁମ୍ବାଇର ପ୍ଲାଷ୍ଟିକ ଉତ୍ପାଦ କମ୍ପାନୀର ଏଜିଏମ ବିଶାଳ ଶର୍ମା କାରର ଫାସଟାଗ ଲଗାଇ ଘରେ ପହଁଚିନାହାନ୍ତି ତାଙ୍କ ଫୋନକୁ କଲ ଆସିଲା ଯେ ତାଙ୍କ ମୋବାଇଲ ନମ୍ବର ଫାସଟାଗ ସହିତ ଆଟାଚ୍‌ ନାହିଁ। ଯଦି ନମ୍ବର ଆଟାଚ୍‌ କରିବାର ଅଛି ତେବେ ପଠାଯାଇଥିବା ଏସଏମଏସ ଲିଙ୍କକୁ କ୍ଲିକ କରି ମୋବାଇଲ ନମ୍ବର ଦେବାକୁ ହେବ।

ଏହାପରେ ବ୍ୟକ୍ତି ଜଣଙ୍କ ସେହି ଲିଙ୍କ ଉପରେ କ୍ଲିକ କରି ନିଜ ମୋବାଇଲ ନମ୍ବର ଦେଲେ ଏହାର ତୁରନ୍ତ ପରେ ତାଙ୍କ ଖାତାରୁ ଟ୍ରାନଜାକସନ୍‌ ହୋଇ ୯୩ ହଜାର ଟଙ୍କା କଟିଗଲା। ବ୍ୟକ୍ତି ଜଣଙ୍କ ଏହା ଦେଖି ବ୍ୟସ୍ତ ବିବ୍ରତ ହୋଇ ସେହି ନମ୍ବରକୁ କଲ୍‌ କଲେ କିନ୍ତୁ ନମ୍ବର ସୁଇଚଅଫ୍‌ ଦେଖାଇଲା। ଏହାପରେ ପୀଡିତ ଜଣଙ୍କ ପୋଲିସ କମିଶନରଙ୍କୁ ଅଭିଯୋଗ କଲେ। ସିପି ଅଫିସ ଏହି ମାମଲାର ଯାଞ୍ଚ ସାଇବର ସେଲକୁ ପଠାଇଦେଲେ।

ପେଟିଏମ ଏବଂ ଫାସଟାଗ ସହିତ ଠକାମି ହୋଇଥିବା ରିପୋର୍ଟ ନେଇ ପ୍ରତିିଦନ ଦର୍ଜନ ଲୋକ ଅଭିଯୋଗ କରୁଛନ୍ତି। ଯେତେବେଳେ ବ୍ୟକ୍ତି ଜଣଙ୍କ ଏହାର ଅଭିଯୋଗ ଥାନାରେ ଦେଲେ ସେତେବେଳେ ପୋଲିସ ମାମଲା ରୁଜୁ କରିବାକୁ ମନା କରିଦେଲେ। ପୋଲିସ ଅଧିକାରୀ କହିଲେ ଏହିଭଳି ମାମଲାର ଅଭିଯୋଗ ପୋଲିସ କମିସନରଙ୍କ ପାଖରେ କରିବାକୁ ହେବ। ସେଠାରେ ହିଁ ଏହି ମାମଲାର ତଦନ୍ତ ହେବ। ଏହାପରେ ପୀଡିତ ବ୍ୟକ୍ତି ସିପି ଅଫିସରେ ଏହାକୁ ନେଇ ମାମଲା ରୁଜୁ କଲେ।

ଏହି ଘଟଣାକୁ ନେଇ ଏଡିସିପି ଏକ ଆଡଭାଇଜରୀ ଜାରୀ କରିଛନ୍ତି , ଯେଉଁଥିରେ ରହିଛି ଯେ ମୋବାଇଲ ନମ୍ବରକୁ ଆସୁଥିବା ମେସେଜର ଲିଙ୍କକୁ କ୍ଲିକ କରନ୍ତୁ ନାହିଁ ଏବଂ କାହା କଥାରେ ବି କେବେ ପ୍ଳେ ଷ୍ଟୋରରୁ କୌଣସି ଆପ୍‌ ଡାଉନଲୋଡ୍‌ କରନ୍ତୁ ନାହିଁ। ଏହି ଆପ୍‌ ସହାୟତାରେ ଠକ ମାନେ ମୋବାଇଲ ରିମୋର୍ଟ ଦ୍ୱାରା ସେହି ସବୁ ମେସେଜକୁ ତାଙ୍କ ପାଖକୁ ନେଇଯାନ୍ତି। ଯେଉଁ ଆକାଉଣ୍ଟ ଦ୍ୱାରା ଆପଣଙ୍କ ମୋବାଇଲ ନମ୍ବର ଆଟାଚ୍‌ ଥିବ ସେହି ଆକାଉଣ୍ଟରୁ ଟଙ୍କା ଟାନଜାକସନ୍‌ କରିଦେଉଛନ୍ତି।

ଠକାମିରୁ ନିଜକୁ ଏମିତି ଦୂରେଇ ରଖନ୍ତୁ

  • ମେସେଜକୁ ଆସିଥିବା କୌଣସି ବି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ।
  • କାହାର ବି ଫୋନ ଆସିଲେ ତାଙ୍କୁ ଡେବିଟ ଏବଂ କ୍ରେଡିଟ୍‌ କାର୍ଡ ନମ୍ବର ଦିଅନ୍ତୁ ନାହିଁ। ଏହାସହିତ ଖାତାର ବିବରଣୀ ମଧ୍ୟ ଦିଅନ୍ତୁ ନାହିଁ।
  • କାହାକୁ ମଧ୍ୟ କାର୍ଡର ପଛପଟେ ଥିବା ସିଭିଭି ନମ୍ବର କୁହନ୍ତୁ ନାହିଁ।
  • ଯଦି କେହି ଫୋନ କରି ଆପଣଙ୍କୁ ପିନ୍‌ କିମ୍ବା ପାସଓ୍ଵାର୍ଡ ପଚାରନ୍ତି ତେବେ ତାଙ୍କୁ ଆଦୌ ବି କୁହନ୍ତୁ ନାହିଁ।
  • ଆକାଉଣ୍ଟ ସହିତ ମୋବାଇଲ ନମ୍ବର ମଧ୍ୟ ଗୁପ୍ତ ରଖନ୍ତୁ। ନଚେତ ଠକ କେତେବେଳେ କ୍ଲୋନ ସିମ ବନାଇ ଠକି ପାରନ୍ତି। ତେବେ ଆପଣ ଯେତେସମ୍ଭବ ଏହଭଳି ଠକାମି ଠାରୁ ନିଜକୁ ଦୂରେଇ ରଖନ୍ତୁ।

ଯଦି କେହିବି ଆପଣଙ୍କୁ ଫୋନ କରି କିମ୍ବା ମେସଜେ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ସମ୍ବନ୍ଧିତ କିଛି ସୂଚନା ମାଗୁଛନ୍ତି ତେବେ ବିଲକୁଲ ବି ଦିଅନ୍ତୁ ନାହିଁ।

Pritiparna

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

22 seconds ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

17 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

32 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

44 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

45 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago