ମୋବାଇଲ୍‌ ଫୋନ୍‌ରେ ତାଜମହଲର ପ୍ରବେଶ ଟିକେଟ୍‌, କ୍ୟୁଆର୍‌ କୋଡ୍‌ ସୁବିଧାର ଲାଭ ଉଠାଉଛନ୍ତି ପଯ୍ୟର୍ଟକ

ଏଣିକି ତାଜମହଲର ଟିକେଟ୍‌ ଗେଟ୍‌ ପାଖରେ ପଯ୍ୟର୍ଟକଙ୍କୁ ଆଉ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିବ ନାହିଁ। କାରଣ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଏବେ ତାଜମହଲ ଉପରେ ଅନ୍‌ଲାଇନ୍‌ ଟିକେଟ୍‌ ପ୍ରକ୍ରିୟାକୁ ଆହୁରି ସହଜ କରିଦେଇଛି।

ଏଏସ୍‌ଆଇ କ୍ୟୁଆର୍‌ କୋଡ୍‌ ଜାରି କରିଛି, ଯଦ୍ଦ୍ଵାରା ପଯ୍ୟର୍ଟକ ଟିକେଟ୍‌ କିଣିପାରିବେ। କହି ରଖୁଛୁ କି, ତାଜମହଲରେ ମାଗ୍ନେଟିକ୍‌ କି ରହିଛି। ଏଏସ୍‌ଆଇ ଦ୍ୱାରା ତାଜମହଲ ଉପରେ କ୍ୟୁଆର୍‌ କୋଡ୍‌ ଲଗାଯାଇଛି।

taj7

ପଯ୍ୟର୍ଟକ ଏହାକୁ ସ୍କାନ୍‌ କରି ନିଜ ମୋବାଇଲ୍‌ ଫୋନ୍‌ରେ ପ୍ରବେଶ ଟିକେଟ୍‌ ଡାଉନ୍‌ଲୋଡ କରିପାରିବେ, ଯାହାଫଳରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହେବାରୁ ମୁକ୍ତି ମିଳିବ। ଏହି କ୍ୟୁଆର୍‌ କୋଡ୍‌କୁ ତାଜମହଲର ପ୍ରବେଶ ଗେଟ୍‌ ବାହାରେ ଲଗାଯାଇଛି। ହୋଟେଲ ଏବଂ ଟୁର୍‌ ଆଣ୍ଡ ଟ୍ରାଭେଲ୍‌ କମ୍ପାନୀଗୁଡ଼ିକର ଅଫିସରେ ଏହାକୁ ଉପଲବ୍ଧ କରାଯାଇଛି।

ଅଧୀକ୍ଷଣ ପୁରାତତ୍ତ୍ୱବିଦ୍‌ ବସନ୍ତ ସ୍ୱର୍ଣ୍ଣକାରଙ୍କ ଅନୁସାରେ, ବିଶ୍ୱ ଐତିହ୍ୟ ସ୍ମାରକ ତାଜମହଲ ଉପରେ ଏଭଳି ପ୍ରୟାସ ଭଲ ରେସ୍‌ପନ୍ସ ଦେଉଛି। ତାଜମହଲର ପଶ୍ଚିମ ଓ ପୂର୍ବ ଗେଟ୍‌ର ବିଭିନ୍ନ ସ୍ଥାନରେ କଲ୍‌ଡ ସ୍କାନ୍‌ ଏବଂ ପେମେଣ୍ଟ କ୍ୟୁଆର୍‌ କୋଡ୍‌ସ ଲଗାଯାଇଛି।

taj3

ଏହା ସାହାଯ୍ୟରେ ମାତ୍ର କିଛି ମିନିଟ୍‌ରେ ପଯ୍ୟର୍ଟକ ଟିକେଟ୍‌ ବୁକ୍‌ କରିପାରିବେ। ଯେମିତି ପଯ୍ୟର୍ଟକ ନିଜ ମୋବାଇଲ୍‌ ଫୋନ୍‌ରେ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିବେ, କ୍ୟୁଆର୍‌ କୋଡ୍‌ ସହ ଜଡ଼ିତ ଲିଙ୍କ୍‌ ସେମାନଙ୍କୁ ସିଧା ଅନ୍‌ଲାଇନ ଟିକେଟ୍‌ ବୁକିଂ ସିଷ୍ଟମ୍‌ରେ ଯୋଡ଼ି ଦେବ। ଏହି ପ୍ରକ୍ରିୟାରେ ପଯ୍ୟର୍ଟକଙ୍କ ସମୟ ମଧ୍ୟ ଅପଚୟ ହେବନି।

ସହରର ଅନେକ ହୋଟେଲ ଏବଂ ଟୁର୍‌ ଆଣ୍ଡ ଟ୍ରାଭେଲ କମ୍ପାନୀଗୁଡ଼ିକୁ ମଧ୍ୟ ଏହାର ଉପଲବ୍ଧ କରାଯାଇଛି। ପ୍ରତିଦିନ ପାଖାପାଖି ୨୦ ହଜାରରୁ ଅଧିକ ପଯ୍ୟର୍ଟକ ତାଜମହଲ ବୁଲିବାକୁ ଆସିଥାଆନ୍ତି। କିନ୍ତୁ ସପ୍ତାହ ଶେଷରେ ଏବଂ ଛୁଟିଦିନଗୁଡ଼ିକରେ ଏହି ସଂଖ୍ୟା ୨ ଗୁଣରୁ ଅଧିକ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.