କୋଭାକ୍ସିନ ଟିକା ସଫଳ : ୧୦ ହଜାର ପ୍ରଥମ ଟିକା ନେବା ଲୋକଙ୍କ ମଧ୍ୟରେ ୪ ସଂକ୍ରମିତ, ଦ୍ୱିତୀୟ ଟିକାରେ ୨ ଜଣ

ନୂଆଦିଲ୍ଲୀ : କରୋନା ଟିକା(ଭ୍ୟାକ୍‌ସିନ୍‌) କୋଭାକ୍ସିନ ସଂକ୍ରମଣ ଉପରେ ସଫଳ ହୋଇଛି ବୋଲି କହିଛନ୍ତି ଗବେଷକ । କୋଭାକ୍ସିନ୍‌ ଟିକା ସବୁ ଭାରିଏଣ୍ଟକୁ ନଷ୍ଟ କରିବା ସହ ଡବଲ୍‌ ମ୍ୟୁଟେଣ୍ଟ୍‌ ଷ୍ଟ୍ରେନ୍‌କୁ ମଧ୍ୟ ନଷ୍ଟ କରୁଛି ବୋଲି କହିଛନ୍ତି ଗବେଷକ ।

ଆଇସିଏମ୍‌ଆର୍‌ ନିର୍ଦ୍ଦେଶକ ବଳରାମ ଭାର୍ଗବ ଏକ ସାମ୍ବାଦିକ ସମ୍ମିଳନି ରେ କହିଛନ୍ତି ଯେ ୧୭,୩୭,୧୭୮ ବ୍ୟକ୍ତିଙ୍କ ଉପରେ କୋଭାକ୍ସିନ ର ଦ୍ୱିତୀୟ ଡୋଜ୍‌ ଲଗାଯିବା ପରେ ମାତ୍ର ୦.୦୪ ପ୍ରତିଶତ ଲୋକ କରୋନା ସଂକ୍ରମଣ ହୋଇଛନ୍ତି । ଯାହାକି ମାତ୍ର ୧୦ ହଜାର ଲୋକଙ୍କ ମଧ୍ୟରେ ୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି ।

ସେହିପରି ଦ୍ୱିତୀୟ ଡୋଜ ନେଇଥିବା ୧,୫୭,୩୨,୭୫୪ ଲୋକଙ୍କ ମଧ୍ୟରୁ ମାତ୍ର ୦.୦୫୭ ଲୋକ ସଂକ୍ରମିତ ହୋଇଛନ୍ତି ।
ତେଣୁ ସଂକ୍ରମଣ କମ୍‌ କରିବା ସହ ମୃତ୍ୟୁ ତଥା ଗଭୀର ସଂକ୍ରମଣକୁ ରୋକିବା ପାଇଁ କୋଭାକ୍ସିନ ସଫଳ ବୋଲି ଭାର୍ଗବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.