ସମୁଦ୍ରରେ ଆଗ୍ନେୟଗିରି ଉଦ୍ଗୀରଣ, ବିଶ୍ୱର ଅଧିକାଂଶ ଦେଶକୁ ସୁନାମୀ ବିପଦ ଟଳିଲା

କେନ୍ୟୁଜ୍(ବ୍ୟୁରୋ) : ସମୁଦ୍ର ମଧ୍ୟରେ ଆଗ୍ନେୟଗିରି ଉଦ୍ଗୀରଣ ବିଶ୍ୱର ଅଧିକାଂଶ ଦେଶକୁ ଥିବା ସୁନାମୀ ବିପଦ ଟଳିଛି । ତେବେ ତଥାପି ପ୍ରଶାନ୍ତ ମହାସାଗର ତଟରେ ଜାପାନ ଠାରୁ ନେଇ ଆମେରିକା ପର୍ଯ୍ୟନ୍ତ ସୁନାମୀ ବିପଦ ରହିଛି। ଆଲାସ୍କା ଠାରୁ ପ୍ରାୟ ୧୦ହଜାର କିମି ଦୂରରେ ସମୁଦ୍ର ମଧ୍ୟରେ ଟୋଙ୍ଗା ଠାରେ ଜ୍ୱାଳାମୁଖୀ ଆଗ୍ନେୟଗିରି ଉଦ୍ଗୀରଣ ହୋଇଥିଲା।
ଏହା ପରେ ପ୍ରଶାନ୍ତ ମହାସାଗରର ତଟୀୟ ଅଞ୍ଚଳରେ ୪ଫୁଟର ଜୁଆର ଉଠିଥିଲା। ଉଦ୍ଗୀରଣ ସମୟରେ ଏହା ପ୍ରବଳ ଗର୍ଜନ ହୋଇଥିବା ସାଟେଲାଇଟରୁ ଦେଖାଯାଇଛି। ପରେ ଚାରିଆଡ଼ ଧୁଆଁମୟ ଓ ଜଳନ୍ତା ଅଙ୍ଗାର ଦେଖାଯାଇଥିଲା। ଗତକାଲି ନ୍ୟୁଜିଲାଣ୍ଡ ନିକଟ ଟୋଙ୍ଗା ଦ୍ୱୀପରେ ଭୟାନକ ଆଗ୍ନେୟଗିରି ଉଦ୍ଗୀରଣ ହୋଇଥିଲା।
ଆଗ୍ନେୟଗିରି ଉଦ୍ଗୀରଣର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରହିଥିଲା, ଯାହା ଭୂମିକଂପ ତୀବ୍ରତା ସହ ସମାନ ଥିଲା। ସେପଟେ ଆଗ୍ନେୟଗିରି ଉଦ୍ଗୀକରଣ ଦ୍ୱାରା ଟୋଙ୍ଗା ଦ୍ୱୀପର ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି ।