ଅପରେସନ୍ ଅଜୟ: ଆଜି ରାତିରେ ଇସ୍ରାଏଲରୁ ଉଡାଣ ଭରିବେ ଭାରତୀୟ

ଆଜି ରାତିରେ ଅପରେସନ ଅଜୟ ଆରମ୍ଭ ହେବ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତେଲ୍ ଅଭିଭ୍ରୁ ଦିଲ୍ଲୀକୁ ଏକ ଚାର୍ଟଡ୍ ବିମାନ ଚଳାଇବ। ଆଜି ରାତି ୯ଟା ବେଳେ ବେନ୍ ଗୁରିଅନ୍ ବିମାନ ବନ୍ଦରରୁ ଏହି ବିମାନ ଉଡ଼ାଣ ଆରମ୍ଭ କରିବେ ।

ଇସ୍ରାଏଲରେ ଫସିଥିବା ଭାରତୀୟକୁ ଫେରାଇ ଆଣିବା ପାଇଁ ଅପରେସନ ଅଜୟ ଆରମ୍ଭ ହୋଇଛି । ଏହି ଅପରେସନ ଜରିଆରେ ପ୍ରଥମ ବ୍ୟାଚ୍ ଆଜି ଭାରତ ପହଞ୍ଚିବେ । ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଅପରେସନ ଅଜୟରେ ସ୍ପେଶାଲ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଉଛି । ଏସ୍. ଜୟଶଙ୍କର କହିଛନ୍ତି, ଆମେ ବିଦେଶରେ ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଲାଗି ପ୍ରତିବଦ୍ଧ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତେଲ୍ ଅଭିଭ୍ରୁ ଦିଲ୍ଲୀକୁ ଏକ ଚାର୍ଟଡ୍ ବିମାନ ଚଳାଇବ। ଆଜି ରାତି ୯ଟା ବେଳେ ବେନ୍ ଗୁରିଅନ୍ ବିମାନ ବନ୍ଦରରୁ ଏହି ବିମାନ ଉଡ଼ାଣ ଆରମ୍ଭ କରିବେ।

ଇସ୍ରାଏଲରେ ୧୮ ହଜାର ଭାରତୀୟ ଫସି ରହିଛନ୍ତି । ଏମାନେ ପଢିବା ଏବଂ ଚାକିରି ପାଇଁ ଯାଇଥିଲେ । ଇସ୍ରାଏଲରେ ଭାରତୀୟ ଦୂତାବାସ ସକ୍ରିୟ ରହିଛି । ଭାରତୀୟ ଦୂତାବାସ ଏହାର ନାଗରିକଙ୍କ ସହାୟତା ଲାଗି ୨୪ ଘଣ୍ଟା ହେଲ୍ପ ଲାଇନ୍ ନମ୍ବର ଓ ଇମେଲ୍ ଆଇଡି ଜାରି କରିଛି ।

ସରକାର ଇସ୍ରାଏଲର ଟ୍ରାଭେଲ ଏଜେଣ୍ଟ ଲୋକଙ୍କୁ ଜୋର୍ଡାନର ରାଜଧାନୀ ଅମ୍ମାନ ପହଞ୍ଚାଇବାକୁ ଅଫର ଦେଇଛି । ସେ କହିଛନ୍ତି, ଯେଉଁମାନେ ଇସ୍ରାଏଲ ଛାଡିବାକୁ ଇଚ୍ଛା ରଖିଛନ୍ତି, ସେମାନେ ଜୋର୍ଡାନ ସୀମା ପର୍ଯ୍ୟନ୍ତ ପହଞ୍ଚନ୍ତୁ । ସେଠାରୁ ସେମାନେ ଟାକ୍ସି ଜରିଆରେ ଅମ୍ମାନରୁ ବିମାନ ଧରିପାରିବେ ।

ଭାରତୀୟ ଦୂତାବାସର ସୂତ୍ର ଅନୁସାରେ ଯୁଦ୍ଧରେ ପ୍ରଭାବିତ ଇସ୍ରାଏଲଙ୍କ ମଧ୍ୟରେ ଏବେ ଭାରତୀୟ ମୂଳ ୮୫,୦୦୦ ଲୋକ ରହିଛନ୍ତି ଯେଉଁମାନେ ଇହୁଦୀ ସଂପ୍ରଦାୟର ଅଟନ୍ତି । ୫୦ ଓ ୬୦ ଦଶକରେ ଭାରତରୁ ଇସ୍ରାଏଲ ଯାଇ ଅନେକ ଲୋକ ରହୁଥିଲେ । ମହାରାଷ୍ଟ୍ରରୁ ସବୁଠାରୁ ଅଧିକ ଲୋକ ଇସ୍ରାଏଲରେ ବସତି ସ୍ଥାପନ କରିଛନ୍ତି । ଏହାପରେ କେରଳ, କୋଲକାତା, ମଣିପୁର, ମିଜୋରାମରୁ ମଧ୍ୟ ବହୁ ମୂଳ ଭାରତୀୟ ଇସ୍ରାଏଲରେ ବସତି ସ୍ଥାପନ କରିଛନ୍ତି । ନିକଟ କିଛି ବର୍ଷରେ ମିଜୋରାମ ଏବଂ ମଣିପୁରରୁ କିଛି ଭାରତୀୟ ଇହୁଦୀ ଇସ୍ରାଏଲରେ ରହୁଛନ୍ତି ।

ସୂଚନାଯୋଗ୍ୟ, ଇସ୍ରାଏଲ୍ରେ ହାମାସ୍ ଆକ୍ରମଣ ଯୋଗୁଁ ୧୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଗାଜା ଉପରେ ଇସ୍ରାଏଲ୍ର ବିମାନ ଆକ୍ରମଣ ଯୋଗୁଁ ୧୧୦୦ ନିହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ୪୦୦୦ ପାଖାପାଖି ପହଞ୍ଚିଲାଣି ।