ଇସ୍ରାଏଲରେ ଫସିଥିବା ଭାରତୀୟଙ୍କ ପାଇଁ ଲଞ୍ଚିଂ ହେଲା ଅପରେସନ୍ ‘ଅଜୟ’

ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ଅଛନ୍ତି । ଆସନ୍ତାକାଲିଠୁ ସେମାନେ ଦେଶକୁ ଫେରିବେ । ଏଥିପାଇଁ ବିମାନର ବ୍ୟବସ୍ଥା ହୋଇଛି ।

କେନ୍ୟୁଜ୍(ବ୍ୟୁରୋ):  ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ବଡ଼ ଖବର । ଦେଶକୁ ଫେରିବେ ଇସ୍ରାଏଲରେ ଫସିଥିବା ଭାରତୀୟଅପରେସନ୍ ‘ଅଜୟ’ ଲଞ୍ଚିଂ କରିଛନ୍ତି ଭାରତ ସରକାର । ଏ ନେଇ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କ ସୂଚନା ଦେଇଛନ୍ତି । ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ଅଛନ୍ତି । ଆସନ୍ତାକାଲିଠୁ ସେମାନେ ଦେଶକୁ ଫେରିବେ । ଏଥିପାଇଁ ବିମାନର ବ୍ୟବସ୍ଥା ହୋଇଛି ।