ଅପରେସନ ସିନ୍ଦୂର : ଦେଶରେ ୨୭ ଏୟାରପୋର୍ଟ ବନ୍ଦ, ୪୩୦ ବିମାନ ବାତିଲ

ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ । ୨୭ ଏୟାରପୋର୍ଟ ବନ୍ଦ । ପ୍ରାୟ ୪୩୦ ଫ୍ଲାଇଟ୍ ବାତିଲ ହୋଇଛି । ମେ ୧୦ ତାରିଖ ଯାଏଁ ଦେଶର ୨୭ଟି ଏୟାରପୋର୍ଟକୁ ବନ୍ଦ ରଖିବା ଯାଏ ନିଷ୍ପତ୍ତି ହୋଇଛି ।
ଶ୍ରୀନଗର, ଜମ୍ମୁ, ଲେହ, ଚଣ୍ଡିଗଡ଼, ଅମୃତସର, ଲୁଧିଆନା, ପଟିଆଲ, ଭଟିଣ୍ଡା, ହଲୱାରା, ପଠାନକୋଟ, ଭୁଣ୍ଟାର, ଶିମଲା, ଯୋଧପୁର, ଜୈସଲମେର, ଧର୍ମଶାଳା, ଜାମନଗର, କିଶନଗଡ, ବିକାନେର,ରାଜକୋଟ, ପୌରବନ୍ଦର, ଭୁଜ, ଗ୍ବାଲିଅର ଆଦି ଏୟାରପୋର୍ଟ ବନ୍ଦ ରହିଛି ।
ପାକିସ୍ତାନ ଓ ପିଓକେରେ ଆତଙ୍କୀ ଠିକଣା ଉପରେ ‘ଅପରେସନ ସିନ୍ଦୂର’ ଜରିଆରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିବା ପରେ ଉତ୍ତର ପଶ୍ଚିମ ଭାରତର ଅନେକ ବିମାନ ବନ୍ଦରକୁ ଆଗାମୀ ଆଦେଶ ପାଇଁ ବନ୍ଦ କରାଯାଇଛି । ଇଣ୍ଡିଗୋ ଏୟାରଲାଇନ୍ସର ୨୬୭ ଟି ବିମାନ, ଏୟାର ଇଣ୍ଡିଆର ୧୦୨ ଟି, ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୫ଟି ସ୍ପାଇସ୍ ଜେଟ୍, ଅକାଶା ଏୟାର, ସହ କିଛି ବିଦେଶ ବିମାନକୁ ମଧ୍ୟ ବାତିଲ କରାଯାଇଛି । ଏନେଇ ବେସାମରିକ ବିଭାଗ ପକ୍ଷରୁ ନୂଆ ଆଡଭାଇଜରୀ ଜାରି କରାଯାଇଛି ।
#6ETravelAdvisory: Due to changing airspace conditions in the region, our flights to and from #Srinagar, #Jammu, #Amritsar, #Leh, #Chandigarh and #Dharamshala are impacted. We request you to check your flight status at https://t.co/CjwsVzFov0 before reaching the airport.
— IndiGo (@IndiGo6E) May 6, 2025
ଅପରେସନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟେନସନ ବଢୁଥିବାକୁ ଦେଖି ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ଯାତ୍ରୀଙ୍କୁ ଉଡ଼ାଣ ସ୍ଥିତି ଜାଣିବା ପାଇଁ ଏୟାରଲାଇନ୍ସ ସହିତ ସଂପର୍କ କରିବାକୁ ଆଗ୍ରହ କରାଯାଇଛି ।
ସୂଚନାଯୋଗ୍ୟ, ଭାରତ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ପାକ୍ ଅଧିକୃତ କାଶ୍ମୀରରେ ପଶି ଭାରତୀୟ ସେନା ୯ଟି ସ୍ଥାନରେ ଜୋରଦାର ଆକ୍ରମଣ କରିଛି । ଏଥିରେ ଅନେକ ଆତଙ୍କବାଦୀ କ୍ୟାମ୍ପ ସହ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
Also Read : ବଢୁଛି ଯୁଦ୍ଧ ଆଶଙ୍କା: ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଲେ ଅମିତ ଶାହ