ପାକିସ୍ତାନ ଉପରେ ଭାରତର ଆକ୍ରମଣ, ଶ୍ରୀନଗରରେ ୨ ପାକିସ୍ତାନୀ ପାଇଲଟ୍ ଖସିପଡିଥିବା ସୂଚନା

ଭାରତ-ପାକିସ୍ତାନ ଉତ୍ତେଜନା  ମଧ୍ୟରେ ବଡ଼ ଖବର ।  ୨ ପାକିସ୍ତାନୀ ଯୁଦ୍ଧ ବିମାନ ଖସାଇଲା ଭାରତୀୟ ବାୟୁସେନା ।   ଶ୍ରୀନଗରରେ ୨ ପାକିସ୍ତାନୀ ପାଇଲଟ୍ ଖସିଥିବା ସୂଚନା ମିଳିଛି ।  ୨ଟି ଫାଇଟର୍ ଜେଟ୍ କୁ  ବାୟୁସେନା ଖସାଇଥିବା ଜଣାପଡିଛି।  ୨ ପାକିସ୍ତାନୀ ପାଇଲଟ୍ ଙ୍କୁ ଖୋଜାଚାଲିଛି ।  ଏ ନେଇ ସେନା ବାହିନୀ  ପକ୍ଷରୁ କିଛି କୁହାଯାଇ ନାହିଁ ।

ସୂଚନାନୁଯାୟୀ, ଗତକାଲି ରାତିରେ ପାକିସ୍ତାନ ଆକ୍ରମଣ ପରେ ଶନିବାର ଅର୍ଥାତ୍ ଆଜି ସକାଳ ସମୟରେ ଭାରତ – ପାକିସ୍ତାନ ବାୟୁସେନା ଉପରେ ପୁଣି ଆକ୍ରମଣ କରିଥିଲା । ଯେଉଁଥିରେ ଭାରତ ଶ୍ରୀନଗରରୁ ୫ଟି ମିସାଇଲ ମାଡ କରିଛି । ଶ୍ରୀନଗର ଲାସଜାନ ନିକଟରେ ଥିବା ଗୋଟିଏ ଯୁଦ୍ଧ ବିମାନକୁ ଖସାଇବାରେ ସଫଳ ଭାରତ । ସଫଳତା ପରେ ପୁଣି ଆଉ ଏକ ବିମାନକୁ ଗୁଳି ମାଡ କରି ଜମ୍ମୁ- କାଶ୍ମୀରରେ ଖସାଇ ଦିଆଯାଇଥିଲା । ଏହି ଆକ୍ରମଣରେ ଭାରତ  ପାକିସ୍ତାନର ୩ ଟି ସ୍ଥାନ ଇସ୍ଲାମାବାଦ, ଲାହୋର,ରାୱଲପିଣ୍ଡିକୁ ଟାର୍ଗେଟ କରିଥିଲା । ଭାରତ ଆକ୍ରମଣରେ  ରାୱଲପିଣ୍ଡିରେ ୨ ଟି ବିମାନ କ୍ଷତିଗ୍ରସ୍ତ ହେବାବେଳେ ଲାହୋର ଏବଂ ଇସ୍ଲାମାବାଦରେ ଗୋଟିଏ ବିମାନ ଖସିପଡିଥିଲା । ଯାହାଫଳରେ ବିସ୍ଫୋରଣ ଘଟି ପାକିସ୍ତାନର ସମସ୍ତ ସ୍ଥାନରେ ଭୀଷଣ ଶବ୍ଦ ଶୁଣିବାକୁ ମିଳିଥିଲା  ।

Also Read : ପାକିସ୍ତାନରରେ ଭାରତର ପ୍ରଚଣ୍ଡ ଆଟାକ, ବିସ୍ଫୋରଣରେ ଉଡ଼ିଲା ପାକ୍ ର ୩ ଏୟାରବେସ