ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ ପରେ ଭାରତର ପ୍ରମୁଖ ବିମାନବନ୍ଦର ବନ୍ଦ, ଆଗାମୀ ନିର୍ଦ୍ଦେଶ ଯାଏଁ ବିମାନ ବାତିଲ

ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ । ମଙ୍ଗଳବାର ରାତି ୧.୩୦ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରିଛି । ଏହି ଆକ୍ରମଣର ନା’ ଅପରେସନ ସିନ୍ଦୂର’ ରଖାଯାଇଛି । ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରାଯାଇଛି । ଆକ୍ରମଣ ପରେ ଭାରତର ୫ଟି ବିମାନବନ୍ଦରରୁ ଉଡାଣ ବନ୍ଦ କରିଦିଆଯାଇଛି । ଜମ୍ମୁ, ଶ୍ରୀନଗର, ଅମୃତସର ଭଳି ବିମାନବନ୍ଦରରୁ ଉଡ଼ାଣ ଆଗାମୀ ଆଦେଶ ଯାଏଁ ବନ୍ଦ ରହିଛି । ଉତ୍ତର ଏବଂ ପଶ୍ଚିମ ଭାରତର ଅତି କମରେ ୧୮ଟି ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। କେବଳ ଇଣ୍ଡିଗୋ ପ୍ରାୟ ୧୬୦ଟି ବିମାନ ବାତିଲ କରିଛି। ଦିଲ୍ଲୀ ବିମାନବନ୍ଦରରୁ ୩୫ରୁ ଅଧିକ ବିମାନ ମଧ୍ୟ ବାତିଲ କରାଯାଇଛି।
ପାକିସ୍ତାନ ଓ ପିଓକେରେ ଆତଙ୍କୀ ଠିକଣା ଉପରେ ‘ଅପରେସନ ସିନ୍ଦୂର’ ଜରିଆରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିବା ପରେ ଉତ୍ତର ପଶ୍ଚିମ ଭାରତର ଅନେକ ବିମାନ ବନ୍ଦରକୁ ଆଗାମୀ ଆଦେଶ ପାଇଁ ବନ୍ଦ କରାଯାଇଛି । ରିପୋର୍ଟ ମୁତାବକ, ଧର୍ମଶାଳା, ଲେହ, ଜମ୍ମୁ, ଶ୍ରୀନଗର ଏବଂ ଅମୃତସର ସହିତ ପ୍ରମୁଖ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଛି ।
ଏୟାର ଇଣ୍ଡିଆ ଆଜି ଅପରାହ୍ନ ୧୨ଟା ଯାଏଁ ଏସବୁ ସହରକୁ ଯାଉଥିବା ବିମାନ ଉଡ଼ାଣ ବାତିଲ କରିଛି । ଏଥିରେ ଜମ୍ମୁ, ଶ୍ରୀନଗର, ଯୋଧପୁର, ଲେହ, ଭୁଜ, ଜାମନଗର, ଚଣ୍ଡୀଗଡ ଏବଂ ରାଜକୋଟ ସାମିଲ ରହିଛି । ଅମୃତସର ଯିବାକୁ ଥିବା ଦୁଇଟି ବିମାନକୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି ।
ଇଣ୍ଡିଗୋ ଏବଂ ସ୍ପାଇସ ଜେଟ ଏୟାରଲାଇନ୍ସ ମଧ୍ୟ ନିଜ ଫ୍ଲାଇଟ୍ସ ବାତିଲ କରିଛି। ଉତ୍ତର ଭାରତର ବିମାନ ବନ୍ଦର ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ପାକିସ୍ତାନ ଏବଂ POKରେ ଆତଙ୍କବାଦୀଙ୍କ ଶିବିର ଉପରେ ଭାରତୀୟ ସେନାର ଆକ୍ରମଣ ପରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ସ୍ପାଇସ ଜେଟ ଯାତ୍ରୀମାନଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ।
#6ETravelAdvisory: Following aviation directives, flights to/from these cities remain cancelled until 10 May, 0529 hrs. Please check your flight status here https://t.co/ll3K8PwtRV. For rebooking or refunds, visit https://t.co/51Q3oUe0lP. We are here to support you! pic.twitter.com/sLHHzIZ99w
— IndiGo (@IndiGo6E) May 7, 2025
ସାରା ଦେଶ ଶୋଇଥିବା ବେଳେସେନା ମଙ୍ଗଳବାର ମଧ୍ୟରାତ୍ରରେ ଏହାର ପ୍ରତିଶୋଧ ନେଇଛି । ସିନ୍ଦୂରର ବଦ୍ଲା ସିନ୍ଦୂରରେ ନେଇଛି ସେନା । ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ପାକ୍ ଅଧିକୃତ କାଶ୍ମୀରରେ ପଶି ଭାରତୀୟ ସେନା ୯ଟି ସ୍ଥାନରେ ଜୋରଦାର ଆକ୍ରମଣ କରିଛି । ଏଥିରେ ଅନେକ ଆତଙ୍କବାଦୀ କ୍ୟାମ୍ପ ସହ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
Also Read : ପାକିସ୍ତାନ ଛାତିରେ ଭାରତର ବଡ଼ ଏୟାରଷ୍ଟ୍ରାଇକ୍ , ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କଲା ‘ବ୍ରହ୍ମୋସ’