ଜୈସେଲମେର-ବାଡ଼ମେରରେ ସଂପୂର୍ଣ୍ଣ ବ୍ଲାକଆଉଟ୍, ସନ୍ଧ୍ୟା ୫ରୁ ଦୋକାନ ବଜାର ବନ୍ଦ

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସୀମାବର୍ତ୍ତୀ ଜିଲ୍ଲାକୁ ହାଇ ଆଲର୍ଟ ରହିଛି । ତେଣୁ ଜୈସେଲମେର ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସ୍ଥିତିକୁ ଦେଖି ଗାଇଡଲାଇନ ଜାରି କରିଛି । ଜିଲ୍ଲାପାଳଙ୍କ ଆଦେଶନୁସାରେ ଆଜି ଜିଲ୍ଲାର ସମସ୍ତ ବଜାର ୫ଟାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବ୍ଲାକଆଉଟ ପାଇଁ ଘୋଷଣା କରାଯାଇଛି ।

ଆଗାମୀ ଆଦେଶ ପର୍ଯ୍ୟନ୍ତ ଜିଲ୍ଲାର କୋଚିଂ ସେଣ୍ଟର, ଲାଇବ୍ରେରୀ ଏବଂ ହଷ୍ଟେଲକୁ ମଧ୍ୟ ବନ୍ଦ କରିବାକୁ ଘୋଷଣା କରାଯାଇଛି । ଏହାସହିତ ସରକାରୀ ଏବଂ ପ୍ରାଇଭେଟ ସ୍କୁଲର ଛୁଟି ଘୋଷଣା କରାଯାଇଛି ।

ଜୈସେଲମେରରେ ସନ୍ଧ୍ୟା ୫:୦୦ ପରେ ସମସ୍ତ ଦୋକାନ ଓ ବଜାର ବନ୍ଦ ରହିବ । ବ୍ଲାକ୍ ଆଉଟ୍ ସମୟରେ ଯାନବାହାନ ଚଳାଚଳ ଓ ଆତିଶବାଜୀ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ରହିବ । ଜିଲ୍ଲା ପ୍ରଶାସନ କଠୋର ନିର୍ଦ୍ଦେଶନାମା ଜାରି କରିଛି ।

ବାଡ଼ମେରରେ ପ୍ରତିରକ୍ଷା ଅଞ୍ଚଳର ୫ କିଲୋମିଟର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ। ଆତିଶବାଜୀ ଓ ପଟାକା ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ ହେବ।

Also Read :  ଦିଲ୍ଲୀ ବିମାନ ବନ୍ଦରରେ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ, ଜାରି ହେଲା ଆଡଭାଇଜରି