ଆକସ୍ମିକ ଭାବେ ଫୋନ ଫାଟିବା କାରଣରୁ ଯୁବକ ହେଲେ ଗୁରୁତର, ଦେଖନ୍ତୁ ଏହି ଭିଡିଓ

ଦିଲ୍ଲୀ(କେନ୍ୟୁଜ): ସ୍ମାର୍ଟଫୋନ ଫାଟି ଯିବାର ଘଟଣା ଆମେ ଅନେକ ବାର ଶୁଣିଛେ । ଏହାକୁ କିଛି ବିଶ୍ୱାସ କରନ୍ତି ତ ଅନ୍ୟ କିଛି ଜଣ ଅବିଶ୍ୱାସ କରନ୍ତି । କିନ୍ତୁ ଆଜି ଆମେ ଏପରି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ । ଯାହାକୁ ଦେଖି ଆପଣ ଏହି କଥାକୁ ବିଶ୍ୱାସ କରିବାକୁ ବାଧ୍ୟ ହେବେ ।

ରାଜଧାନୀ ଦିଲ୍ଲୀରେ ମୋବାଇଲ ଫୋନକୁ ନେଇ ଏକ ଆକସ୍ମିକ ଦୁର୍ଘଟଣା ଘଟିଛି । ମୋବାଇଲ ଫୋନ ଫାଟି ଯିବାରୁ ଜଣେ ଯୁବକ ଗୁରୁତର ଭାବେ ଆଘାତ ହୋଇଛନ୍ତି । ଯୁବକ ଜଣକ Oppo A53 ଫୋନ ବ୍ୟବହାର କରୁଥିଲେ । ପାଖାପାଖି ୯ ମାସ ହେବ ସେ ଏହାକୁ କିଣିଥିଲେ । ଅର୍ଥାତ ଫୋନଟି Under Warranty ରେ ଥିଲା । Warranty ଶେଷ ବି ହୋଇ ନଥିଲା । ଏବେ ଏଭଳି ଘଟଣା ଶୁଣିଲା ପରେ ଆଖପାଖ ସ୍ଥାନରେ ଭୟର ବାତାବରଣ ଖେଳି ଯାଇଛି । ଏହାର ପୁରା ପ୍ରମାଣ ଏହି ଭିଡିଓରେ ଅଛି । ଦେଖନ୍ତୁ ଏହି ଭିଡିଓ..

କମ୍ପାନୀ ତରଫରୁ ଏନେଇ କୌଣସି ବୟାନ ସାମ୍ନାକୁ ଆସିନାହିଁ । Oppo କମ୍ପାନୀ ଗତ ବର୍ଷ ଅଗଷ୍ଟରେ Oppo A53 ଲଞ୍ଚ କରିଥିଲା । ଏଥିରେ 5000mAh ବ୍ୟାଟେରି ସହ 18W ଫାଷ୍ଟ ଚାର୍ଜିଂ ସପୋର୍ଟ ସିଷ୍ଟମ ରହିଥିଲା । ତେବେ ଏହା ଆକସ୍ମିକ ଭାବେ ଫାଟିଛି କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି, ସେ ନେଇ କିଛି ପ୍ରମାଣ ସାମ୍ନାକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.