ବିଧାନସଭାକୁ ଆସିବାକୁ ଭୟ ଲାଗୁଛି, ହେଲ୍‌ମେଟ ପିନ୍ଧି ହାତରେ ଗିନି ଧରି ବିହାର ବିଧାନସଭାକୁ ଆସିଲେ ବିରୋଧୀ ବିଧାୟକ

ପାଟନା:  ହେଲ୍‌ମେଟ ପିନ୍ଧି ବିହାର ବିଧାନସଭାକୁ ଆସିଲେ ବିରୋଧୀ ବିଧାୟକ । ବିହାର ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଆରଜେଡି ବିଧାୟକଙ୍କ ମାନେ ମୁଣ୍ଡରେ ହେଲ୍‌ମେଟ, ମୁହଁରେ କଳା ମାସ୍କ ଓ ହାତରେ ଫାଷ୍ଟ ଏଡ ବକ୍ସ ଧରି ଗୃହକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାଙ୍କେତିକ ବିରୋଧ ଭାବେ ଏଭଳି ଢଙ୍ଗରେ ବିଧାନସଭା ଆସିଥିବା କହିଛନ୍ତି ଆରଜେଡି ବିଧାୟକ। ବିଧାୟକ ସତୀଶ ଦାସ ଓ ମୁକେଶ ରୋଶନ ହେଲମେଟ ପିନ୍ଧି ଗୃହରେ ପ୍ରବେଶ କରିଥିଲେ ।

bihar assembly 1
Picture Courtesy: Indian Express

ବିଧାନସଭାକୁ ଆସିବାକୁ ଭୟ ଲାଗୁଥିବା କହିଛନ୍ତି ଦୁଇ ଆରଜେଡି ବିଧାୟକ। ସୁରକ୍ଷା ପାଇଁ ହେଲମେଟ ପିନ୍ଧି ଆସିଥିବା କହିଛନ୍ତି । ଗତ ମାର୍ଚ୍ଚ ୨୩ରେ ବିହାର ବିଧାନସଭାରେ ବିଧାୟକଙ୍କ ସହ ଦୁର୍ବ୍ୟବହାର ମାମଲା ଖବର ଶିରୋନାମା ପାଲଟିଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁଣ୍ଡା ଲଗାଇ ଗୃହରେ ବିଧାୟକଙ୍କୁ ପିଟିଥିବା ଅଭିଯୋଗ କରିଥିଲେ ବିରୋଧୀ। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଅଡ଼ି ବସିଛନ୍ତି ବିରୋଧୀ ବିଧାୟକ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.