ବନ୍ଦ ହେବ କରୋନା କଲର ଟ୍ୟୁନ, ଲୋକେ କଲେଣି ଅଭିଯୋଗ

କଲ୍‌ କରିବା ପୂର୍ବରୁ ବାଜୁଥିବା କୋଭିଡ ସଚେତନତା ବାର୍ତ୍ତା ସଂପର୍କିତ କଲର ଟ୍ୟୁନ୍‌ ଖୁବଶୀଘ୍ର ବନ୍ଦ ହେବ। ଏହି କଲର ଟ୍ୟୁନ୍‌ ଜରୁରୀକାଳୀନ କଲ୍‌କୁ ଅଯଥାରେ ବିଳମ୍ବ କରୁଛି। ଏହାକୁ ନେଇ ବିଭିନ୍ନ ମହଲ ବିରକ୍ତି ପ୍ରକାଶ କରିଛନ୍ତି। ସେମାନଙ୍କ ଠାରୁ ଆପତ୍ତି ଅଭିଯୋଗ ପାଇବା ପରେ କଲର ଟ୍ୟୁନ୍‌କୁ ହଟାଇବା ବିଷୟରେ ବିଚାର କରିବା ଲାଗି ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୁହାଯାଇଛି।

କୋଭିଡ ବାର୍ତ୍ତା କଲର ଟ୍ୟୁନ୍‌କୁ ନେଇ ଟେଲିକମ୍‌ କମ୍ପାନୀଗୁଡିକର ସଂଗଠନ ‘ସେଲ୍ୟୁଲାର ଅପରେଟର ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ’ ଓ ବହୁ ମୋବାଇଲ ଗ୍ରାହକ ଆପତ୍ତି ଉଠାଇଛନ୍ତି। ଦେଶରେ କୋଭିଡ ସ୍ଥିତିରେ ଅନେକ ସୁଧାର ହୋଇସାରିଥିବାରୁ କୋଭିଡ କଲର ଟ୍ୟୁନ୍‌ ପ୍ରତ୍ୟାହାର କରିବା ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗମ୍ଭରତା ସହ ବିଚାର କରୁଛି।

ଦୁଇବର୍ଷ ପୂର୍ବେ କରୋନା ମହାମାରୀ ବ୍ୟାପିବା ପରେ ସେହି ରୋଗକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି କୋଭିଡ-୧୯ କଲ ଟ୍ୟୁନ୍‌ ବ୍ୟବସ୍ଥା କରାଯାଇଥିଲା। ମୋବାଇଲ ଗ୍ରାହକମାନେ କଲ୍‌ ଲଗାଇବା ବେଳେ ପ୍ରଥମେ ସେହି କଲର ଟ୍ୟୁନ ଶୁଣୁଛନ୍ତି। ସେହି ବାର୍ତ୍ତା ଶେଷ ହେବା ପରେ ହିଁ କଲ୍‌ ସମ୍ଭବ ହେଉଛି। ଗତ ୨୧ ମାସ ଧରି ଲୋକମାନେ ସେହି ବାର୍ତ୍ତାକୁ ଶୁଣୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.