ଇରାନର ବନ୍ଦର ସହର ଆବାସ ସିଟିରେ ବିସ୍ଫୋରଣ : ୧୮ ମୃତ, ୭୫୦ ଆହତ

ଭୟଙ୍କର ବିସ୍ଫୋରଣରେ ଥରିଲା ଇରାନ ।  ଇରାନର ବନ୍ଦର ସହର ଆବାସ ସିଟିରେ ଭୟଙ୍କର ବିସ୍ଫୋରଣ ।  ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୫୦ ରୁ ଅଧିକ ଆହତ ହୋଇଛନ୍ତି  ।  ରାଜାଏ ପୋର୍ଟରେ ଥିବା କଣ୍ଟେନରରେ ବିସ୍ଫୋରଣ ହୋଇଛି ।  ତେବେ ବିସ୍ଫୋରଣ କାହିଁକି ହେଲା, ତାର ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇ ନାହିଁ ।

ବିସ୍ଫୋରଣରେ ପୂରା ସହର ଥରି ଉଠିଥିଲା। ଶକ୍ତିଶାଳୀ ବୋମା ବିସ୍ଫୋରଣ ଭଳି ଆକାଶକୁ ବ୍ୟାପି ଯାଇଥିଲା ବହଳ ଧୂଆଁ ।  ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ ର ନାଭାଲ ବେସ୍ ନିକଟରେ ଏହି ବସ୍ଫୋରଣ ହୋଇଛି । ବିସ୍ଫୋରଣରେ ପାଖରେ ଥିବା ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗାଡ଼ି ଉଡ଼ି ଯାଇଥିଲା  ।  ଏକାଧିକ କଣ୍ଟେନର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ସାହିଦ ରାଜାଏ ପୋର୍ଟ କଣ୍ଟେନର ଟ୍ରାଫିକ୍ ର ବଡ଼ ହବ୍। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓମାନରେ ଇରାନ ଓ ଆମେରିକା ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଣବିକ ବୁଝାମଣା ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଛି । ଆମେରିକାର ସ୍ବତନ୍ତ୍ର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଓ ଇରାନ ବୈଦେଶିକ ମନ୍ତ୍ରୀ ବୁଝାମଣାରେ ଲିଡ୍ କରୁଛନ୍ତି ।  ସେପଟେ ଏହି ବିସ୍ଫୋରଣରେ ଇସ୍ରାଏଲର କୌଣସି ଭୂମିକା ନଥିବା କହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ।

Also read: ଇରାନରେ ବଡ଼ ବିସ୍ଫାରଣ : ୫୧୬ ଆହତ, ବଢିପାରେ ଆହତଙ୍କ ସଂଖ୍ୟା