ମାତ୍ର ୪୨ ଦିନରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ କଲେଣି ବାବା କେଦାରନାଥଙ୍କ ଦର୍ଶନ, ଚଳିତବର୍ଷ ଭାଙ୍ଗିବ ସବୁ ରେକର୍ଡ

ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଚାଲିଛି । ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି । ଚାରଧାମ ଯାତ୍ରା ଆରମ୍ଭ ହେବାରୁ ଏଯାଏଁ କେବଳ କେଦାରନାଥ ଧାମରେ ୪୨ ଦିନରେ ୧୦ ଲକ୍ଷରୁ ଅଧିକ ଭକ୍ତ ବାବା କେଦାରଙ୍କ ଦର୍ଶନ କରି ରେକର୍ଡ ଭାଙ୍ଗିଛନ୍ତି । ପୁଷ୍କର ଧାମି ସରକାର ମଧ୍ୟ ଏଥର ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଯେଉଁଥିପାଇଁ ତୀର୍ଥଯାତ୍ରୀଙ୍କ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି ।

ଖବର ମୁତାବକ, ମେ’ ୨ରେ ବାବା କେଦାରନାଥଙ୍କ କପାଟ ଖୋଲାଯାଇଥିଲା । କପାଟ ଖୋଲିବା ଦିନରୁ ପ୍ରତିଦିନ ହଜାର ହଜାର ଭକ୍ତ ଧାମରେ ପହଞ୍ଚୁଛ ନ୍ତି। ପ୍ରଶାସନ ଦ୍ୱାରା ଏଥର ପ୍ରଥମ ଥର ପାଇଁ କାର୍ଯ୍ୟକାରୀ କରାଯାଇଥିବା ଟୋକନ୍ ବ୍ୟବସ୍ଥା ଦର୍ଶନ ପ୍ରକ୍ରିୟାକୁ ଆହୁରି ବ୍ୟବସ୍ଥିତ କରିଛି । ଏହା ସାହାଯ୍ୟରେ, ଭକ୍ତମାନେ କମ ସମୟରେ ମନ୍ଦିରର ଗର୍ଭଗୃହ ଦର୍ଶନ କରିପାରିବେ । ଚାରଧାମ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି ।

ଏନେଇ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ, କେଦାରନାଥ ଯାତ୍ରାରେ ଭକ୍ତମାନଙ୍କ ସୁରକ୍ଷା ଏବଂ ସୁବିଧା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ପ୍ରଶାସନ ପଦଯାତ୍ରା ରାସ୍ତାରେ ଉନ୍ନତ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସୁବିଧା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଦେଉଛି । ଯାତ୍ରା ସମୟରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ମଧ୍ୟ କରାଯାଇଛି । ଯାହା ଦ୍ୱାରା ଭକ୍ତମାନେ ସୁରକ୍ଷିତ ଦର୍ଶନ କରିପାରିବେ।

କେଦାରନାଥ ଧାମରେ ଭକ୍ତଙ୍କ ଭିଡ଼ ଲଗାତାର ବୃଦ୍ଧି ପାଉଛି। ଚାରଧାମ ଯାତ୍ରାକୁ ଆହୁରି ଚାରି ମାସ ବାକି ଅଛି । ତେଣୁ ଚଳିତବର୍ଷ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଯାଇପାରେ ବୋଲି ଅନୁମାନ କରାଯାଉଛି ।

Also Read : ଏବେ ୯ ଘଣ୍ଟାର ଯାତ୍ରା ମାତ୍ର ୩୬ ମିନିଟରେ ହେବ ପୂରଣ, କେଦାରନାଥ ଧାମ ରୋପ ୱେ ପ୍ରୋଜେକ୍ଟକୁ ମିଳିଲା ମଞ୍ଜୁରୀ