ଫୁଟବଲ ମ୍ୟାଚ୍ ପାଲଟିଲା ରଣକ୍ଷେତ୍ର, ୧୦୦ ମୃତ

ଗିନି : କାଳ ହେଲା ଫୁଟବଲ ଖେଳ । ରକ୍ତ ହୋଲି ଖେଳିଲେ ଦୁଇ ଦଳର ପ୍ରଶଂସକ ।  ୧୦୦ ମୃତ, ବହୁ ଆହତ ।  ଆଫ୍ରିକୀୟ ଦେଶ ଗିନିରେ ଫୁଟବଲ ଖେଳ ବେଳେ ଭୟଙ୍କର ସଂଘର୍ଷ ହୋଇଛି । ଫ୍ୟାନ୍ସଙ୍କ ମଧ୍ୟରେ ଯୁଦ୍ଧ ଲାଗିଥିବାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ରାସ୍ତା ଉପରେ କୁଢ଼ କୁଢ଼ ମୃତଦେହ ପିଡିଥିବା ବେଳେ ଲୋକେ ପରସ୍ପରକୁ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଗତକାଲି ନାଜେରେକୋରରେ ଚାଲିଥିଲା ଫୁଟବଲ ମ୍ୟାଚ୍ ।  ରେଫରିଙ୍କ ବିବାଦୀୟ ନିଷ୍ପତ୍ତି ପରେ ଆରମ୍ଭ ହୋଇଥିଲା ନରସଂହାର ।  ଉତ୍ତ୍ୟକ୍ତ ଲୋକ ଅଚାନକ ମ୍ୟାଚ ଭିତରକୁ ପଶି ଆସିଥିଲେ । ପରସ୍ପରକୁ ଆକ୍ରମଣ କରିଥିଲେ ଦୁଇ ଦଳର ଫ୍ୟାନ୍ସ । ପରେ ବିକ୍ଷୋଭକାରୀ ମାନେ ପୋଲିସ ଷ୍ଟେସନରେ ନିଆଁ ଲଗାଇଥିଲେ ।  ଘଟଣା ସ୍ଥଳରେ ଅନେକଙ୍କ ମୃତ୍ୟୁ ହୋଇଛି ।

ଡାକ୍ତରଙ୍କ ରିପୋର୍ଟ ମୁତାବକ, ୧୦୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ କାଜୁଆଲଟିରେ ଆହତଙ୍କୁ ମଧ୍ୟ ଚିକିତ୍ସା କରାଯାଉଛି । ଶବ ବ୍ୟବଚ୍ଛେଦ ପାଇଁ ହସପିଟାଲରେ ଲାଇନ ଲାଗିଛି । ଶବଗୃହରେ ରଖିବାକୁ ସ୍ଥାନ ନାହିଁ । ଏହି ମ୍ୟାଚରେ ରେଫରିଙ୍କ ଦ୍ୱାରା ଏକ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରେ ପ୍ରଶଂସକମାନେ ପିଚ୍ ଉପରକୁ ଯାଇ ଆକ୍ରମଣ କରିଥିଲେ । ପରେ ବିକ୍ଷୋଭକାରୀ ମାନେ ପୋଲିସ ଷ୍ଟେସନରେ ନିଆଁ ଲଗାଇଥିଲେ ।