ଦିଲ୍ଲୀରେ ୪୦ରୁ ଅଧିକ ସ୍କୁଲକୁ ମିଳିଛି ବୋମା ଧମକ, ତଦନ୍ତ ଚଳାଇଛି ପୋଲିସ

ପୁଣି ବୋମା ଧମକ।  ଇମେଲ ଯୋଗେ ମିଳିଲା ବୋମା ଧମକ ।  ଦିଲ୍ଲୀରେ ଥିବା DPS ସମେତ ଅନେକ ସ୍କୁଲକୁ ବମ୍‌ରେ ଉଡାଇଦେବାକୁ ଧମକ ଆସିଛି ।  ଡିସେମ୍ବର ୯, ସକାଳ ୭ଟାରେ, ପଶ୍ଚିମ ବିହାରର ଡିପିଏସ୍ ଏବଂ ଜିଡି ଗୋଏଙ୍କା ସ୍କୁଲ୍ ମ୍ୟାନେଜମେଣ୍ଟକୁ ମିଳିଥିଲା ବୋମା ଧମକ ।

ଜାତୀୟ ରାଜଧାନୀର ଦୁଇଟି ବିଦ୍ୟାଳୟକୁ ଧମକ ମିଳିବା ପରେ ସ୍କୁଲ ପ୍ରଶାସନ ପିଲାମାନଙ୍କୁ ସକାଳ ୭ ଟାରେ ଘରକୁ ପଠାଇଦେଇ ଅଗ୍ନିଶମ ଏବଂ ପୋଲିସକୁ ସୂଚନା ଦେଇଛି ।  ଏହି ସମୟରେ ପିଲାମାନେ ସେମାନଙ୍କ କ୍ଲାସ ଥିବାରୁ ବିଦ୍ୟାଳୟରେ ପହଞ୍ଚିଥିଲେ ।  ତେବେ ଧମକ ଖବର ସାମ୍ନାକୁ ଆସିବା ପରେ ପିଲାମାନଙ୍କୁ ପ୍ରଥମେ ଘରକୁ ପଠାଯାଇଥିଲା ।

ପରେ ପୋଲିସକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।  ପୋଲିସ ଇମେଲକୁ ଯାଞ୍ଚକରି ଘଟଣାର ତଦନ୍ତ ଚଳାଇଛି। କିଏ ଓ କାହିଁକି ଏଭଳି ମେଲ୍ ପଠାଇଛି ତାକୁ ତଦନ୍ତ ପରିସରଭୁକ୍ତ କରିଛି ଦିଲ୍ଲୀ ପୋଲିସ ।

ତେବେ ଘଟଣା ନୂଆ ନୁହେଁ ଆଗରୁ ମଧ୍ୟ ବହୁବାର ସ୍କୁଲ ଗୁଡ଼ିକୁ ଏହିଭଳି ଧମକ ମିଳିଛି ।  ୪୦ରୁ ଅଧିକ ସ୍କୁଲକୁ ମିଳିଛି ବୋମା ଧମକ ।  ପୂର୍ବରୁ ଦିଲ୍ଲୀ ସରକାର ଓ ପୋଲିସକୁ ବୋମା ଧମକ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏକ ଏସ୍ଓପି ଜାରି କରି ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ ।