ଜମ୍ମୁ କଶ୍ମୀରରେ ଫସିଛନ୍ତି ପୁଣେର ୫୦୦ରୁ ଅଧିକ ପର୍ଯ୍ୟଟକ, ଘରକୁ ଫେରିବାକୁ ଚାହିଁ ରହିଛନ୍ତି

ଜମ୍ମୁ କଶ୍ମୀରର ପହଲଗାମରେ ଆକ୍ରମଣକୁ ନେଇ ସମଗ୍ର ଦେଶ ପ୍ରତିଶୋଧ ନିଆଁରେ ଜଳୁଛି । ପର୍ଯ୍ୟଟକ କଶ୍ମୀର ଛାଡୁଥିବା ବେଳେ ମହାରାଷ୍ଟ୍ର ପୁଣେର ୫୦୦ରୁ ଅଧିକ ପର୍ଯ୍ୟଟକ ଜମ୍ମୁ କଶ୍ମୀରରେ ଫସିଛନ୍ତି ।
ପୁଣେର ଉର୍ଜା ଫାର୍ମରେ କାମ କରୁଥିବା ଗିରିଶ ନାଇକୱାଡି କହିଛନ୍ତି, ୧୪ ଜଣିଆ ଗ୍ରୁପ ସହିତ ଜମ୍ମୁ କଶ୍ମୀର ଯାଇଥିଲେ କିନ୍ତୁ ଏହି ଘଟଣା ପରେ ଯାତ୍ରାକୁ ଅଧାରେ ରଖି ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ କହିଛନ୍ତି, ଆମ୍ଭେମାନେ ଯାତ୍ରା ଜାରି ରଖିବା ସ୍ଥିତିରେ ନାହୁଁ । ଖୁବଶୀଘ୍ର ପୁଣେ ଫେରିବାକୁ ଚାହୁଁଛୁ। ଆମ ସହିତ ଛୋଟ ପିଲା ରହିଛନ୍ତି । ପହଲଗାମ ଆତଙ୍କୀ ହମଲା କାରଣରୁ ଲୋକେ ନିଜର ବୁକିଂ କ୍ୟାନସଲ କରି ଦେଇଛନ୍ତି। ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକମାନଙ୍କୁ ଟୁର ଟ୍ରାଭେଲର ମନାଉଥିବା ଦେଖିବାକୁ ମିଳିଛି।
ଆକ୍ରମଣ ସମୟରେ ଆମ ଗ୍ରୁପ ପ୍ରାୟ ୫୦ କିମି ଦୂର ଗୁଲମାର୍ଗରେ ରହିଥିଲୁ । ଆକ୍ରମଣ ବିଷୟରେ ଜାଣିବା ପରେ ଆମେ କୌଣସି ପ୍ରକାରରେ ଶ୍ରୀନଗରରେ ପହଞ୍ଚିଥିଲୁ । ଆରମ୍ଭରୁ ଆମେ ଶ୍ରୀନଗରରୁ ଅମୃତସର ଯିବାକୁ ପ୍ଲାନ୍ କରିଥିଲୁ, କିନ୍ତୁ ଆମ ଗ୍ରୁପ ଏବେ କୌଣସି ସ୍ଥାନକୁ ଯିବାକୁ ଚାହୁଁନାହିଁ ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମରେ ବଡ଼ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଘଟଣାରେ ୨୫ ଭାରତୀୟଙ୍କ ସହିତ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଲସ୍କର-ଏ-ତୋଏବାର ପ୍ରକ୍ସୀ ୱିଙ୍ଗ ଦ ଟିଆରଏଫ ନିଜକୁ ଦାୟୀ କରିଛି । ଜମ୍ମୁ କଶ୍ମୀରରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା ।
Also Read : ପହଲଗାମ ଆକ୍ରମଣ ଜବାବରେ ଭାରତର ବଡ଼ ପଦକ୍ଷେପ, ପଡ଼ୋଶୀ ପାକିସ୍ତାନକୁ ଶୋଷରେ ମାରିବାକୁ ରଣନୀତି