ନୂଆବର୍ଷରେ ଦେଶରେ ଜନ୍ମ ହୋଇଛନ୍ତି ପାଖାପାଖି ୬୭ ହଜାର ୩୮୫ ଶିଶୁ, ଜନସଂଖ୍ୟା ରିପୋର୍ଟ ଅନୁସାରେ ୨୦୨୭ ମସିହା ସୁଦ୍ଧା ଚୀନ୍‌କୁ ଟପିଯିବ ଭାରତ

ନୂଆଦିଲ୍ଲୀ: ନୂଆବର୍ଷରେ ଭାରତରେ ଜନ୍ମ ହୋଇଛନ୍ତି ପାଖାପାଖି ୬୭ ହଜାର ୩୮୫ ଜଣ ଶିଶୁ । ସେହିପରି ୟୁନିସେଫ୍‌ ଆକଳନ ଅନୁସାରେ ସମଗ୍ର ବିଶ୍ୱରେ ଜନ୍ମ ନେଇଛନ୍ତି ୩ ଲକ୍ଷ ୯୨ ହଜାର ୭୮ ଜଣ ଶିଶୁ । ସାରା ବିଶ୍ୱରେ ଯେତେ ଶିଶୁ ଜନ୍ମ ହୋଇଛନ୍ତି, ଭାରତ ଏବଂ ଅନ୍ୟ ସାତଟି ଦେଶରେ ତାର ପ୍ରାୟ ଅର୍ଦ୍ଧେଶ ଶିଶୁ ଜନ୍ମ ହୋଇଛନ୍ତି । ଗତବର୍ଷ ଜୁନ୍‌ ମାସରେ ଜାତିସଂଘ ପ୍ରକାଶିତ ବିଶ୍ୱ ଜନସଂଖ୍ୟା ରିପୋର୍ଟ ଅନୁସାରେ ୨୦୨୭ ମସିହା ସୁଦ୍ଧା ଭାରତ ଚୀନ୍‌କୁ ଟପିଯାଇ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ହେବ । ନବବର୍ଷରେ ଜନ୍ମିତ ଶିଶୁଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୟୁନିସେଫ୍‌ ମହୋତ୍ସବ ପାଳନ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.