ସୋସିଆଲ ମିଡିଆ ଗୁଜବ : କରୋନା ସଂକ୍ରମଣରୁ ମୁକ୍ତି ପାଇଁ ମିଥାନଲ ଟକ୍ସିକ ପିଇ ୭୦୦ ଲୋକଙ୍କ ମୃତ୍ୟୁ

ଇରାନ : କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀ ଯୋଗୁ ବିଶ୍ୱରେ ଦିନକୁ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଭାରତରେ ମଧ୍ୟ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଲାଣି। ଏହି ଭାଇରସକୁ ରୋକିବା ପାଇଁ ବିଭିନ୍ନ ଦେଶର ସରକାର ପ୍ରାଣପ୍ରଣେ ଚେଷ୍ଟା ଜାରି ରଖିଚନ୍ତି। କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଅନେକ ଗୁଜବ ସୃଷ୍ଟି ହେଉଥିବା ବେଳେ ଇରାନରେ ମଧ୍ୟ ଏପରି ଏକ ଭ୍ରାନ୍ତଧାରଣା ଯୋଗୁଁ ୭୦୦ ଲୋକଙ୍କ ଜୀବନ ଚାଲିଯାଇଛି।

corona

ଏହି ସଂକ୍ରମଣରୁ ନିଜକୁ ଦୂରେଇ ରଖିବାକୁ ଇରାନର ପାଖାପାଖି ୫ ହଜାର ଲୋକ ଟକ୍ସିକ ମିଥାନଲ ବା ଇଣ୍ଡଷ୍ଟ୍ରିଆଲ ଆଲକୋହଲ ପିଇ ଅସୁସ୍ଥ ହୋଇ ପଡିବା ସହ ୭ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଏହାସହ ଶହ ଶହ ଲୋକ ନିଜର ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି। ପ୍ରକାଶିତ ଏକ ଖବର ମୁତାବକ, ସୋସିଆଲ ମିଡିଆରେ ଟକ୍ସିକ ମିଥାନଲ ସେବନରେ କରୋନା ଦୂର ହୁଏ ବୋଲି ଭାଇରାଲ ହେବା ପରେ ଲୋକେ ଏହାକୁ ସେବନ କରିଥିଲେ ବୋଲି ସୋମବାର ଇରାନ ସରକାର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.