ଦେଶ ବିଦେଶ

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ ଓଭରହେଡ୍ ତାର ଛିଡ଼ିବା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ରେଳବାଇ କୌଣସି ମୃତ୍ୟୁକୁ ନେଇ ସୂଚନା ଦେଇ ନାହିଁ । କିନ୍ତୁ ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଓଭରହେଡ୍ ତାର ଛିଡ଼ିବା ପରେ ନିଳାଞ୍ଚଳ ଏକ୍ସପ୍ରେସକୁ ଏକ ଘଣ୍ଟା ପାଇଁ ଅଟକାଇ ଦିଆଯାଇଥିଲା ।

ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇର ରାଞ୍ଚି ବିଭାଗର ମୁରି-ଚଣ୍ଡିଲ ରେଳ ବିଭାଗର ସୁଇସା ରେଳ ଷ୍ଟେସନ ନିକଟ ଲେଙ୍ଗଡିହ ଗ୍ରାମରେ ଶନିବାର ଦିନ ସକାଳ ପ୍ରାୟ ୮ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ବାଗମୁଣ୍ଡି ସଦର ଡାକ୍ତରଖାନାକୁ ନିଆଯାଇଥିଲା । ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କୁହାଯାଉଛି ଯେ ଓଡ଼ିଶା ଏବଂ ଆନନ୍ଦ ବିହାର ଟର୍ମିନାଲ୍ ମଧ୍ୟରେ ଚାଲୁଥିବା ୧୨୮୧୫ ପୁରୀ-ଆନନ୍ଦ ବିହାର ଟର୍ମିନାଲ୍ ଏକ୍ସପ୍ରେସରେ ଥିବା ଓଭରହେଡ୍ ତାର ଛିଡ଼ିଯିବା ପରେ ଏଭଳି ଦୁର୍ଘଟଣା ଘଟିଥିଲା ।

ଏହି ତାର ତାର ଛିଡ଼ି ଯାଇ ଟ୍ରେନ୍‌ ଗେଟ୍‌ ପାଖରେ ବସିଥିବା ଲୋକଙ୍କ ଉପରେ ପଡ଼ିଥିଲା । ଗୁରୁତର ଆହତ ଦୁଇଜଣ ଯାତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରମାନେ ଉଭୟଙ୍କୁ ଡାକ୍ତରଖାନାରେ ଚିକିତ୍ସା କରିଥିଲେ । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ରାହୁଲ କୁମାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାମ ରାମ ଶଙ୍କର ବୋଲି ଜଣାପଡିଛି । ରାମ ଶଙ୍କରଙ୍କୁ ୪୦ ବର୍ଷ ବୟସ ।

ଦୁର୍ଘଟଣା ଯୋଗଁ ଏହି ରୁଟ୍‌ ଦେଇ ଯାଉଥିବା ଅନେକ ଟ୍ରେନକୁ ଅଟକାଇ ଦିଆ ଯାଇଥିଲା। ନୀଳାଞ୍ଚଳ ଏକ୍ସପ୍ରେସ୍ ପ୍ରାୟ ଏକ ଘଣ୍ଟା ଧରି ଠିଆ ହୋଇ ରହିଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଟାଟାନଗର ରେଳ ଷ୍ଟେସନରେ ଭିଡ଼ ସୃଷ୍ଟି ହୋଇଥିଲା । ଏହି ଦୁର୍ଘଟଣା ହେତୁ ବରକାକାନା ଟାଟା-ଟ୍ରେନ୍ ଏବଂ ଟାଟା-ହଟିଆ ଟ୍ରେନ୍ କୁ ଡାଇଭର୍ଟ କରାଯାଇଥିଲା ।

ଦକ୍ଷିଣ ପୂର୍ବ ରେଳର ଚକ୍ରଧରପୁର ବିଭାଗର ବରିଷ୍ଠ ଡିସିଏମ କହିଛନ୍ତି ଯେ ସୁଇସା ତିରୁଲଡିହ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାକୁ ନେଇ ଏବେ ତଦନ୍ତ କରାଯାଉଛି । ଅନ୍ୟ ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ତେବେ ସ୍ଥାନୀୟ ଲୋକେ କହିଛନ୍ତି ଯେ ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି ।

Subhalaxmi Das

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

7 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago