ପହଲଗାମ ଆକ୍ରମଣ : ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ଜମ୍ମୁ ସରକାର

ପହଲଗାମ ଆତଙ୍କୀ ହାମଲା ସାରା ଦେଶ ସ୍ତବ୍ଧ ଦେଇଥିବା ବେଳେ ଘଟଣାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ଜମ୍ମୁକଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି ।

ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା, ଗୁରୁତରଙ୍କୁ ୨ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ଏକଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ନିହତଙ୍କୁ ଜମ୍ମୁ କଶ୍ମୀର ସରକାରଙ୍କ ଅନୁକଂପା ରାଶି ସହାୟତା ଘୋଷଣା । ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଆତଙ୍କବାଦୀ ଆକ୍ରମଣକୁ ମୁଖ୍ୟମନ୍ତ୍ରୀ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି, ସାଧାରଣ ନିରୀହଙ୍କ ବିରୋଧରେ ଆକ୍ରମଣର ସମାଜରେ କୌଣସି ସ୍ଥାନ ନାହିଁ । ମୃତକଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି ।

ତେବେ ଏହି ଅନୁକମ୍ପ ରାଶି ପ୍ରିୟଜନକୁ ହରାଇଥିବା ଲୋକଙ୍କୁ ଫେରାଇ ଆଣିପାରିବ ନାହିଁ କିନ୍ତୁ ସମର୍ଥନ ଏବଂ ଏକତାର ପ୍ରତୀକ ହୋଇ ରହିବ । ଏହାସହିତ ମୃତକଙ୍କ ପାର୍ଥିବ ଶରୀରକୁ ସମ୍ମାନଜନକ ଭାବେ ଘରକୁ ପହଞ୍ଚାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଭଳି ଦୁଃଖ ସମୟରେ ଆମେ ଆପଣଙ୍କ ସହିତ ରହିଛୁ ବୋଲି ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ, ପହଲଗାମ ରିସର୍ଟ ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଏକ ସୁନ୍ଦର ଅଞ୍ଚଳ ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ପରିବେଶ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ । ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ପହଲଗାମରେ ପର୍ଯ୍ୟଟକଙ୍କ ଏକ ଗ୍ରୁପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଅମରନାଥ ଯାତ୍ରା ପୂର୍ବରୁ ଗତକାଲି ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ନୌସେନା ଓ ଜଣେ ଗୁଇନ୍ଦା ଅଧିକାରୀଙ୍କ ସମେତ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏହି ହମଲା ପଛରେ ଆତଙ୍କବାଦୀ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ । ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି NIA । ଏହି ଆକ୍ରମଣ ପରେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Also Read : ପହଲଗାମ ହାମଲା, ସୁରକ୍ଷା ଏଜେନ୍ସୀ ଜାରି କଲା ୩ ଆତଙ୍କବାଦୀଙ୍କ ସ୍କେଚ