ପହଲଗାମରେ ଆତଙ୍କବାଦୀ ଆକ୍ରମଣ: ଜିପ୍ ଲାଇନରେ ମଜା ନେଉଥିବା ବେଳେ ପର୍ଯ୍ୟଟକଙ୍କୁ ଗୁଳିମାଡ଼ ହେଉଥିବାର ଭିଡିଓ କଏଦ

ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପାକିସ୍ତାନ ବିରୋଧରେ ନିଆଁ ଜଳୁଛି । ଏହି ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏବେ ପହଲଗାମ ଆତଙ୍କୀ ଆକ୍ରମଣ ବେଳର ଆଉ ଏକ ଭୟାନକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଛି । ଜିପ୍ ଲାଇନରେ ମଜା ନେବା ବେଳେ ଗୁଜରାଟର ଜଣେ ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ ହୋଇଛି ଆତଙ୍କବାଦୀଙ୍କ ନରସଂହାର ସମୟର ଦୃଶ୍ୟ ।
ଏହି ପର୍ଯ୍ୟଟକଙ୍କୁ ଗୁଳିକାଣ୍ଡ ବିଷୟରେ କିଛି ଜଣାପଡୁନାହିଁ । ସଂପୃକ୍ତ ପର୍ଯ୍ୟଟକ ହସି ହସି ଭିଡିଓ ବନାଉଛନ୍ତି । ଏହି ଭିଡିଓରେ ଲୋକମାନେ ଭୟରେ ଧାଉଁଥିବା ଚିତ୍ର କଏଦ ହୋଇଛି ଓ ଚିତ୍କାର କରୁଥିବାର ଶଦ୍ଦ ଶୁଣିବାକୁ ମିଳୁଛି । ତଳେ କଣ ଚାଲିଛି ତାହା ପର୍ଯ୍ୟଟକଙ୍କୁ ଜଣାପଡୁନାହିଁ ।
ପର୍ଯ୍ୟଟକ ଜଣକ ହେଉଛନ୍ତି ଅହମ୍ମଦାବାଦର ରିଷି ଭଟ୍ଟ । ଆତଙ୍କୀ ଆକ୍ରମଣରୁ ବର୍ତ୍ତିଯାଇଥିବା ପର୍ଯ୍ୟଟକ ରିଷି ଭଟ୍ଟ କହିଛନ୍ତି, ଘଟଣା ସମୟର ଛାତି ଥରା କାହାଣୀ । ସେ କହିଛନ୍ତି, ଜିପଲାଇନିଂ କରୁଥିବା ବେଳେ ଆତଙ୍କବାଦୀମାନେ ଗୁଳିମାଡ଼ ଆରମ୍ଭ କରିଥିଲେ । ପ୍ରଥମେ ୨୦ ସେକେଣ୍ଡ ପାଇଁ ମୁଁ ଏହା ଜାଣିପାରିନଥିଲି । ଗୁଳିମାଡ଼ରେ ୫-୬ ଜଣ ଟଳି ପଡ଼ିଥିବା ମୁଁ ଦେଖିଛି । ଜିପଲାଇନ ଅପରେଟର ୩ ଥର ଆଲ୍ଲା ହୁ ଆକବର କହିବା ପରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ ।
પહલગામ હુમલાનો વધુ એક વિડીયો સામે આવ્યો!
અમદાવાદના પાલડીમાં રહેતા ઋષિ ભટ્ટના કેમેરામાં કેદ થયા પહલગામ હુમલાના ભયાનક દ્રશ્યો!! #PahalgamTerroristAttack pic.twitter.com/sJ7dQG2qKG
— Sagar Patoliya (@kathiyawadiii) April 28, 2025
ଏହାପରେ ଭୟଭୀତ ହୋଇ ମୁଁ ଜିପଲାଇନିଂରୁ ଡେଇଁ ପଡ଼ିଥିଲି । ସେଠାରେ ଥିବା ପତ୍ନୀ ଓ ପୁଅଙ୍କୁ ଧରି ଦୌଡ଼ିବା ସହ ଲୁଚି ପଡ଼ିଥିଲୁ । ଗୁଳିମାଡ଼ର ପ୍ରାୟ ୨୦ ମିନିଟ ପରେ ସେନା ପହଞ୍ଚି ସବୁ ପର୍ଯ୍ୟଟକଙ୍କୁ ସୁରକ୍ଷା ବଳୟରେ ରଖିଥିଲା ।
ଏହି ଭିଡିଓ ଭାଇରାଲ ପରେ ସଂପୃକ୍ତ ଜିପଲାଇନ ଅପରେଟରଙ୍କୁ ଏନଆଇଏ ଉଠାଇ ନେଇଥିବା କୁହାଯାଉଛି । ଜିପଲାଇନ ଅପରେଟର ଜଣକ ଆକ୍ରମଣ ସମ୍ପର୍କରେ ଜାଣିଥିବା ଅନୁମାନ କରାଯାଉଛି ।
ଜମ୍ମୁକଶ୍ମରୀର ପହଲଗାମର ଗତ ଏପ୍ରିଲ ୨୨ ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଆଇଏ ତଦନ୍ତ କରୁଛି । ଏଥିସହ ଆତଙ୍କୀଙ୍କ ଘରକୁ ଖୋଜି ଖୋଜି ଧ୍ବଂସ କରାଯାଉଛି । ସର୍ଚ୍ଚ ଅପରେସନକୁ ଜୋରଦାର ହୋଇଛି ।
Also Read : BBC ର କଭରେଜକୁ ନେଇ କଡ଼ା ଆପତ୍ତି ଉଠାଇଲେ ଭାରତ ସରକାର, ରିପୋର୍ଟିଂ ଉପରେ ଆଗକୁ ନଜର ରଖିବ ଭାରତ