୧୯ ବର୍ଷିୟ ପାକିସ୍ତାନୀ କିଶୋର ରଚିଥିଲା ଆମେରିକାକୁ ଦୋହଲାଇ ଦେବାକୁ ଷଡଯନ୍ତ୍ର

ଆମେରିକା ନ୍ଯୁୟର୍କରେ ପାକିସ୍ତାନର ଆମେରିକୀୟ କିଶୋରଙ୍କୁ ଆତଙ୍କୀ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଅଭିଯୋଗରେ ଗିରଫ କରିଛି । ଅଧିକାରୀଙ୍କ ମୁତାବକ କିଶୋର ଜଣଙ୍କ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ନ୍ଯୁୟର୍କ ସହରରେ ବଡ ଅକ୍ରମଣ କରିବାର ଯୋଜନା କରୁଥିଲା ଏବଂ ଅନ୍ଯମାନଙ୍କୁ ଏଥିପାଇଁ ଉସୁକାଉଥିଲା।

ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସହାୟକ ଅଟାଁର୍ଣ୍ଣି ଜେନେରାଲ ଜନ୍ ସି ଡିମର୍ସ ଶୁକ୍ରବାର ଦିନ କହିଛନ୍ତି କି, ୧୯ ବର୍ଷିୟ ଆବା ଚୌଧରୀ କଥିତ ରୂପେ ଆଇଏସଆଇଏସ ପକ୍ଷରୁ ନ୍ଯୁୟର୍କରେ ଏକ ଘାତକ ଆକ୍ରମଣ କରିବାର ଯୋଜନା କରୁଥିଲା । ଚୌଧରୀ ଶୁକ୍ରବାର ଦିନ ଫେଡରାଲ ଅଦାଲତରେ ହାଜିର ହୋଇଥିଲା । ତା ଉପରେ ଆଇଏସଆଏସ୍ କୁ ସାମଗ୍ରୀ ଦେବାକୁ ପ୍ରୟାସ କରୁଥିବା ନେଇ ଅଭିଯୋଗ ହୋଇଛି । ନ୍ଯୁୟର୍କ ସିଟି ପୋଲିସ୍ କମିଶନର ଜେମସ୍ ଔନୀଲ କହିଛନ୍ତି କି ଅଭିଯୁକ୍ତ ଚୌଧୁରୀ ନ୍ଯୁୟର୍କ ସହରରେ ଆକ୍ରମଣ ଏବଂ ଲୋକଙ୍କୁ ହତ୍ଯା କରିବାର ଯୋଜନା କରୁଥିଲା ।

ଜେମସଙ୍କ ମୁତାବକ ଚୌଧୁରୀ ବଡ ଆକ୍ରମଣର ପ୍ରସ୍ତୁତି କରୁଥିଲା । ସେ ଏହା ପୂର୍ବରୁ ଘଟଣାସ୍ଥଳ ନିରୀକ୍ଷଣ ମଧ୍ଯ କରିଥିଲା । ସେ ୱାଲ୍ଡ ଫେୟାରକୁ ଟାରଗେଟ କରିଥିଲା । ସେ ଜଣେ ଆଇଏସର ଏଜେଣ୍ଟ ସହିତ ମିଶିଥିଲା । ଉକ୍ତ ଅଭିଯୁକ୍ତ ଜଣକ କହିଛି କି, ସେ ଲୋକଙ୍କ ଉପରକୁ ଛୁରୀରେ ଆକ୍ରମଣ କରିଥାନ୍ତା ଏବଂ ଯଦି ସେ ମାନବ ବୋମା ହୋଇଥାନ୍ତା ତେବେ ସେ ୱାଲ୍ଡ ଫେୟାର ପାଖରେ ଥିବା ବ୍ରିଜ୍ ଉପରେ ବିସ୍ଫୋରଣ କରିଥାନ୍ତା ।