ବେଲୁଚିସ୍ତାନରେ ବିଦ୍ରୋହକୁ ନିଜେ ପ୍ରତିହତ କରିପାରୁନି, ଚୀନ୍‌ ଡ୍ରୋନ୍‌ ବ୍ୟବହାର କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ବେଲୁଚିସ୍ତାନରେ ବିଦ୍ରୋହକୁ ପ୍ରତିହତ କରିବା ପାଇଁ ପାକିସ୍ତାନ ସେନା ଚୀନ ଡ୍ରୋନ (ସିଏଚ୍‌-୪ବି)କୁ ବ୍ୟବହାର କରୁଛି। ବେଲୁଚି ବିଦ୍ରୋହୀଙ୍କ ବିରୋଧରେ ଯୁଦ୍ଧବିମାନ ଓ ସଶସ୍ତ୍ର ହେଲିକପ୍ଟର ବ୍ୟବହାର କରୁଛି ପାକିସ୍ତାନ ସେନା। ଚଳିତ ମାସ ଆରମ୍ଭରେ ଏକ ବଡ଼ ଧରଣର ସାମରିକ ଆକ୍ରମଣ କରିଥିଲା ବୋଲି ବେଲୁଚିସ୍ତାନ ଅଭିଯୋଗ କରିଛି। ଏକ ମାନବବିହୀନ (ୟୁଏଭି) ଯୁଦ୍ଧ ବିମାନ ଦ୍ୱାରା ପାକିସ୍ତାନ ଆକ୍ରମଣ କରିଥିଲା।

ଖବର ଅନୁଯାୟୀ, ବେଲୁଚିସ୍ତାନର ବେଲର ପରିସରରେ ଥିବା ବେଲୁଚି ଦେଶ ବିରୁଦ୍ଧରେ ପାକିସ୍ତାନର ସେନା ବିମାନକୁ ଅଟକାଇଥିଲା। ପାକିସ୍ତାନୀ ସାମରିକ ଅପରେସନକୁ ବେଲୁଚ ମିଲିସିଆ ବିରୋଧ କରିଥିଲା, ଯାହା ଫଳରେ ଦୁଇ ଜଣ ଏସ୍‌ଏସ୍‌ଜି କମାଣ୍ଡୋଙ୍କୁ ହତ୍ୟା କରାଯାଇଥିଲା। ବେଲୁଚିସ୍ତାନ ଅଭିଯୋଗ କରିଛି କି ପାକିସ୍ତାନକୁ ଚୀନ ଓ ତୁର୍କୀ ଲଢ଼ୁଆ ମାନବବିହୀନ (ୟୁଏଭି) ଯୁଦ୍ଧ ବିମାନ ଯୋଗାଇ ଦେଉଛନ୍ତି।

ସୂଚନାଯୋଗ୍ୟ, ବେଲୁଚିସ୍ତାନର ବୋଲାନରେ ଚାଇନାର ସିଏଚ୍‌-୪ବି ଦେଖିବାକୁ ମିଳିଥିଲା। ଏଠାରେ ବିଦ୍ରୋହୀମାନେ ୨ ଜଣ ଏସ୍‌ଏସ୍‌ଜି କମାଣ୍ଡୋଙ୍କୁ ହତ୍ୟା କରିଥିଲେ। ଜାନୁୟାରୀ ୨୦୨୧ରେ ପାକିସ୍ତାନ ପାଞ୍ଚଟି କେ.ହଙ୍ଗ ୪ ମଲ୍ଟିରୋଲ ମେଲ ୟୁଏଭି ପାଇଛି।

ଖବର ମୁତାବକ, ପାସନିରେ ଥିବା ଚୀନର ପିଏଲଏ କଣ୍ଟିଜେଣ୍ଟ ଏହି ସିଏଚ-୪ ଡ୍ରୋନ୍‌ ଚଳାଇବାରେ ପାକିସ୍ତାନୀ ସେନାକୁ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି। ପାକିସ୍ତାନୀ ସେନାର ପାସନିରେ ଏକ ନୈସେନା ଏୟାର ଷ୍ଟେସନ୍‌ ଅଛି, ଯାହା ପିଏନ୍‌ଏସ୍‌ ମାକ୍ରାନ୍‌ ଭାବରେ ଜଣାଶୁଣା। ବେଲୁଚିସ୍ତାନ ବାସିନ୍ଦା ପାକିସ୍ତାନ ସେନା ଉପରେ ଦୋଷ ଦେଇ କହିଛନ୍ତି, ପାକିସ୍ତାନ ସେନା ଆମ ଉପରେ ଜୁଲମ କରୁଛନ୍ତି। ନିକଟରେ ସେମାନେ ଏହି ଆକ୍ରମଣକୁ ବଢ଼ାଇ ଦେଇଛନ୍ତି। ବେଲୁଚିସ୍ତାନରେ ୪୧ ଜଣ ନିଖୋଜ ଥିବା ବେଳେ ୩୦ରୁ ଅଧିକ ମାମଲା ରୁଜୁ ହୋଇଛି।

Also Read: ମୁକୁଳିଲେ ରାଜୀବ ଗାନ୍ଧି ହତ୍ୟା ମାମଲାର ଦୋଷୀ ନଳିନୀ, ପ୍ରିୟଙ୍କା ଗାନ୍ଧିଙ୍କର କଲେ ଭୁରି ଭୁରି ପ୍ରଶଂସା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.