ପାକିସ୍ତାନ ଟ୍ରେନ ହାଇଜ୍ୟାକ : ରେସକ୍ୟୁ ଅପରେସନ ଜାରି, ପାକିସ୍ତାନ ସରକାର କ୍ବୋଟାକୁ ପଠାଇଲେ ୨୦୦ରୁ ଅଧିକ କଫିନ୍

ପାକିସ୍ତାନ ବଲୁଚିସ୍ତାନରେ ଏକ ଟ୍ରେନ ଅପହରଣ କରିନେଇଛି ବଲୁଚ ଲିବରେସନ ଆର୍ମି(BLA) । ଜାଫର ଏକ୍ସପ୍ରେସ ଟ୍ରେନକୁ ହାଇଜ୍ୟାକ୍ କରି ପାଖାପାଖି ୨୦୦ ଯାତ୍ରୀଙ୍କୁ ବନ୍ଧକ ରଖିଛି । ଏବେ ଏହି ଘଟଣାର ୨୪ ଘଣ୍ଟା ପରେ କ୍ବେଟା ରେଳ ଷ୍ଟେସନକୁ ୨୦୦ରୁ ଅଧିକ କଫିନ ଅଣାଯାଇଛି ।

ଏହି ୨୦୦ କଫିନକୁ କ୍ବୋଟା ରେଳ ଷ୍ଟେସନରୁ ବଲୁଚ ପଠାଯିବ । ଏହାପୂର୍ବରୁ ବଲୁଚିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖତର ମେଙ୍ଗଲ ଏକ ପୋଷ୍ଟ କରି କହିଛନ୍ତି, ‘ବଲୁଚିସ୍ତାନର ଗୋଟିଏ ମାତ୍ର ଇଞ୍ଚ ଜାଗା ବଞ୍ଚିନାହିଁ, ଯାହାକୁ ପାକିସ୍ତାନ ସରକାର ନିଜର କହିପାରିବେ । ସେ ଏହି ଯୁଦ୍ଧକୁ ସଂପୂର୍ଣ୍ଣ ଭାବେ ହାରିସାରିଛନ୍ତି । ଆମେ ପାକିସ୍ତାନ ସରକାରକୁ ଚେତାବନୀ ଦେଇଥିଲୁ, ସେମିତି ପୂର୍ବରୁ ସେମାନେ ଆମକୁ ଚେତାବନୀ ଦେଇଥିଲେ ।’

ସେ ଆହୁରି ମଧ୍ୟ କହିଛନ୍ତି, ସେମାନେ ଆମ କଥା ଶୁଣିବା ପରିବର୍ତ୍ତେ ଆମର ମଜାକ ଉଡାଇଥିଲେ । ପାକିସ୍ତାନ ସରକାର ଆମ କଥାକୁ ଗୁରୁତ୍ବ ଦେଇନଥିଲା । ଆଉ ନିର୍ଯାତନା, ଲୁଟ୍ ଏବଂ ହତ୍ୟାକୁ ପ୍ରଶୟ ଦେଇଥିଲା । ତେବେ ହାଇଜ୍ୟାକ ହୋଇଥିବା ଯାତ୍ରୀଙ୍କ ମଧ୍ରୁ ପାକିସ୍ତାନ ସେନା ୧୯୦ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ୩୦ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଛି ।

ବଲୁଚ ଲିବରେସନ ଆର୍ମି ପକ୍ଷରୁ ଆତ୍ମଘାତୀ ଜ୍ୟାକେଟ ପିନ୍ଧି କିଛି ବ୍ୟକ୍ତି ନିର୍ଦ୍ଦୋଷ ବନ୍ଧକଙ୍କ ପାଖରେ ବସିଛନ୍ତି ବୋଲି ଖବର ମିଳିଛି । ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ପାକିସ୍ତାନ ଆର୍ମି ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଯାଇଛି । ବନ୍ଧକ ଥିବା ଯାତ୍ରୀଙ୍କ ମଧ୍ୟରେ ଆତ୍ମଘାତୀ ବିଏଲଏ ଆର୍ମି ଜଗି ରହିଛନ୍ତି । ଯେକୌଣସି ପରିସ୍ଥିତିରେ ନିଜେ ମରିବା ସହ ଅନ୍ୟଙ୍କୁ ମାରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଶରୀରରେ ବମ୍ ଜ୍ୟାକେଟ୍ ପିନ୍ଧି ବସି ରହିଛନ୍ତି । ହାରି ଭିତରେ ବିଏଲଏ ଆର୍ମି ତାଙ୍କ ଦାବି ପୂରା କରିବା ପାଇଁ ପାକ୍ ସେନାକୁ ୪୮ଘଣ୍ଟାର ସମୟ ଦେଇଛି । ଏବଂ ପ୍ରତି ଘଣ୍ଟାରେ ୧୦ଜଣ ଯାତ୍ରୀଙ୍କୁ ମାରିବାର ଧମକ ଦେଇଛି ।

ସୂଚନାଯୋଗ୍ୟ,ଗତକାଲି ଜାଫର ଏକ୍ସପ୍ରେସ ଟ୍ରେନରୁ ଅପହରଣ କରିଥିଲା ବଲୁଚ ଲିବରେସନ ଆର୍ମି  । ଟ୍ରେନଟି କ୍ୱେଟାରୁ ପେଶାୱର ଯାଉଥିବା ବେଳେ ବେଲୁଚି ଲିବରେସନ ଆର୍ମି ହାଇଜ୍ୟାକ୍ କରିଥିଲା । ଟ୍ରେନକୁ ଟନେଲ ନମ୍ବର ୮ ପାଖରେ ବାଲୋଚ ଲିବରେସନ ଆର୍ମିର ଅସ୍ତ୍ର ଶସ୍ତ୍ରଧାରୀ ଆତଙ୍କୀ ଅଟକାଇଥିଲେ । ଏଥିସହ ୧୫୫ ଜଣ ପଣବନ୍ଦୀଙ୍କୁ ମୁକୁଳା ଯାଇଥିବା ଜଣାଯାଇଛି ।

Also Read : ପାକିସ୍ତାନ ଟ୍ରେନ ଅପହରଣ : ପାକିସ୍ତାନୀ ସେନାକୁ ବଡ଼ ସଫଳତା, ମୁକୁଳିଲେ ୧୫୫ ପଣବନ୍ଦୀ, ୨୭ ଜଣ ଅପହର୍ତ୍ତାଙ୍କ ମୃତ୍ୟୁ