ପାକିସ୍ତାନ-ଇରାନ ମଧ୍ୟରେ ପୁଣି ବଢିଲା ଟେନସନ୍, ଆତତାୟୀଙ୍କ ଗୁଳିମାଡ଼ରେ ୯ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ

ପାକିସ୍ତାନ-ଇରାନ ମଧ୍ୟରେ ପୁଣି ବଢିଲା ଟେନସନ୍ । ଦକ୍ଷିଣ ପୂର୍ବ ଇରାନ ସୀମାରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ । ୯ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଛି ।

ପାକିସ୍ତାନ-ଇରାନ ମଧ୍ୟରେ ପୁଣି ବଢିଲା ଟେନସନ୍ । ଦକ୍ଷିଣ ପୂର୍ବ ଇରାନ ସୀମାରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ । ୯ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଛି । ଶନିବାର ଜଣେ ଅଜ୍ଞାତ ବନ୍ଧୁକଧାରୀ ସାଧାରଣ ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିଲା । ଏଥିରେ ୯ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏନେଇ ଇରାନରେ ଅବସ୍ଥିତ ପାକିସ୍ତାନ ରାଜଦୂତ ସ୍ପଷ୍ଟ କରିଛନ୍ତି । କିଛି ଦିନ ପୂର୍ବରୁ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଇରାନ୍ । ଏହାର ଜବାବ ମିଳିବ ବୋଲି ପାକିସ୍ତାନ ସରକାର ଚେତାବନୀ ଦେଇଥିଲେ । ଯାହାକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।..