ଦେଶ ବିଦେଶ

ବିଦେଶରେ ଓଡ଼ିଆ ପଖାଳର ବାସ୍ନା, ବାହାରିନରେ ପାଳନ ହେଲା ପଖାଳ ଦିବସ

ବାହାରିନ ଓଡିଆ ସମାଜ ପକ୍ଷରୁ ବେଶ୍‌ ଉତ୍ସାହର ସହ ପାଳନ କରାଯାଇଛି ପଖାଳ ଦିବସ । ଏହାର ସଦସ୍ୟମାନେ ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ପଖାଳ ଦିବସ ପାଳନ କରିଥିଲେ । ଯାହା ବିଦେଶ ମାଟିରେ ଓଡିଆ ସଂସ୍କୃତିକୁ ଅତି ସୁନ୍ଦର ଭାବରେ ପ୍ରତିଫଳିତ କରିଥିଲା।

ସମସ୍ତ ସଦସ୍ୟ କୋଭିଡ ନିୟମ ମାନି ଏହି କାର୍ଯ୍ୟକ୍ରମକୁ ପାଳନ କରିଥିଲେ । ସେମାନେ ନିଜ ହାତରେ ସବୁ ଓଡ଼ିଆ ଖାଦ୍ୟକୁ ରାନ୍ଧିଥିଲେ । ଓଡିଆ ସ୍ପେସାଲ ପଖାଳ ସହିତ ଛୋଟ ମାଛ, ସଜନା ଛୁଇଁ ଭଜା, କଲରା ଭଜା, ବଡି ଚୁରା ଏବଂ ଆହୁରି ଅନେକ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ସମସ୍ତେ ଏକାଠି ମିଶି ଏହି ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟକୁ ଖୁବ୍‌ ଆନନ୍ଦରେ ଖାଇଥିଲେ । ପିଲାମାନେ ଏହି ଉତ୍ସବକୁ ଉପଭୋଗ କରିବା ସହ ଓଡ଼ିଆ ସଂସ୍କୃତି ଅବିଷୟରେ ଜାଣିବାକୁ ପାଇଥିଲେ ।

ଏହା ସହିତ ବାହାରିନ ଓଡ଼ିଆ ସମାଜର ସଦସ୍ୟମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିଶ୍ୱରେ ଶାନ୍ତି, ପ୍ରେମ ଏବଂ ସୌହାର୍ଦ୍ଦ ପାଇଁ ପ୍ରାର୍ଥନା କରିଥିଲେ । ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ କହିଛନ୍ତି ଯେ “ପଖାଳ କେବଳ ଏକ ଖାଦ୍ଯ ନୁହେଁ ଏହା ଓଡିଆ ଅସ୍ମିତାର ସ୍ମାରକୀ। ସଂସ୍କୃତି ଓ ଧାର୍ମିକ ବିଶ୍ବାସର ଅତୁଟ ବନ୍ଧନ| ଏହା ସହିତ ସମଗ୍ର ବିଶ୍ୱରେ ଥିବା କୋଟି କୋଟି ଓଡ଼ିଆଙ୍କୁ ପଖାଳ ଦିବସରେ ଅଭିନନ୍ଦନ ଜଣାଇଥିଲେ ।

 

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

16 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

16 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

21 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

43 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

51 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

57 mins ago