ପାକ୍ ସେନା ବସ ଉପରେ ଆକ୍ରମଣ, ୯୦ ଯବାନଙ୍କ ମୃତ

ପାକିସ୍ତାନ: ବେଲୁଚିସ୍ତାନରେ ପାକ୍ ସେନା ବସ ଉପରେ ଆତ୍ମଘାତୀ ଆକ୍ରମଣ । ୯୦ଜଣ ପାକ୍ ସୈନିକ ନିହତ ହୋଇଥିବା ଦାବି କରିଛି ବେଲୁଚ ଲିବରେସନ ଆର୍ମି- BLA । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି BLA । ଆଜି କ୍ବେଟାରୁ ତଫତାନ ଯାଉଥିଲା ପାକ ସେନାର ଗାଡି । ଏହି ସମୟରେ ହଠାତ ଆଇଇଡି ଭର୍ତ୍ତି ଏକ ଗାଡ଼ି ପାକ୍ ସେନାର ଗୋଟିଏ ବସକୁ ଧକ୍କା ଦେଇଥିଲା । ଯାହାଫଳରେ ସେଠାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ ୯୦ ଯବାନଙ୍କ ମୃତ୍ୟୁ ଘଟିଥିବା ବିଏଲଏ ଦାବି କରିଛି ।
ତେବେ ଆକ୍ରମଣରେ ୭ ସୈନ୍ୟ ପ୍ରାଣ ହରାଇଥିବା ପାକ ସେନା ପକ୍ଷରୁ କୁହାଯାଇଛି । ସପ୍ତାହେ ଭିତରେ ପାକ ସୈନ୍ୟ ଉପରେ ଏହା BLAର ଦ୍ବିତୀୟ ଆକ୍ରମଣ । ବଲୁଚିସ୍ତାନ ହେଉଛି ପାକିସ୍ତାନର ସବୁଠୁ ବଡ଼ ଅଞ୍ଚଳ । ପୂରା ପାକିସ୍ତାନର ୪୪ ପ୍ରତିଶତ ଅଞ୍ଚଳ । ପାକିସ୍ତାନ ଜନସଂଖ୍ୟାର ୬ ପ୍ରତିଶତ ଲୋକ ଏଠାରେ ବସବାସ କରୁଛନ୍ତି । ଏହି ଅଞ୍ଚଳକୁ ପାକ ସରକାର ଲଗାତାର ଅବହେଳା କରିଆସୁଥିବା BLA ଅଭିଯୋଗ କରିଛି ।
ଏହି ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସେନା ସୈନିକଙ୍କ ମୃତ୍ୟୁ ହୋଇଥିବା ବିଏଲଏ ଦାବି କରିଛି । ସଂଗଠନ କହିଛି ଯେ ଆକ୍ରମଣ ପରେ ତୁରନ୍ତ, BLAର ଫତାହ ସ୍କ୍ୱାଡ୍ ଆଗକୁ ବଢ଼ି ଏକ ବସ୍ କୁ ସମ୍ପୂର୍ଣ୍ଣ ଭାବରେ ଘେରିଗଲା ଏବଂ ଏଥିରେ ଯାତ୍ରା କରୁଥିବା ସମସ୍ତ ସୈନିକଙ୍କୁ ଆକ୍ରମଣ କରି ହତ୍ୟା କଲା ।
ମାର୍ଚ୍ଚ ୧୨ ତାରିଖରେ, BLA କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲା । ଏହି ଟ୍ରେନରେ ୪୦୦ ରୁ ଅଧିକ ଯାତ୍ରୀ ଥିଲେ। ସଂଗଠନଟି ପାକିସ୍ତାନ ସରକାରଙ୍କ ନିକଟରେ ବେଲୁଚ୍ ନେତାମାନଙ୍କୁ ମୁକ୍ତ କରିବା ଏବଂ ବେଲୁଚିସ୍ତାନରୁ ପାକିସ୍ତାନୀ ଅଧିକାରୀମାନଙ୍କୁ ହଟାଇବା ପାଇଁ ଦାବି କରିଥିଲା ।
Also read: ସେନା ଗାଡି ଦୁର୍ଘଟଣାଗ୍ରସ୍ତ, ଦୁର୍ଘଟଣାରେ ୫ ଯବାନଙ୍କ ମୃତ୍ୟୁ