ଆଜି ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, କୁପଓ୍ଵାଡାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ

ଆଜି ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଜାମ୍ମୁ-କାଶ୍ମୀର କୁପଓ୍ଵାଡା ଜିଲ୍ଲାର ହିନ୍ଦଓ୍ଵାଡାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତକାଲି ରାତି ୯ଟାରେ ସେନା ପକ୍ଷରୁ ପ୍ରଥମେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜାଣିବା ପରେ ଗୁଳିମାଡ଼ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ୨୨ ରାଷ୍ଟ୍ରୀୟ ରାଇଫଲ, ୯୨ ବାଟାଲିଅନ୍ ସିଆରପିଏଫ୍ ଓ ଏସ୍ଓଜି ଯବାନମାନେ ଏନ୍କାଉଣ୍ଟରରେ ସାମିଲ ହୋଇଥିଲେ । ସେହିପରି ଉରୀ ସେକ୍ଟରର ୪ଟି ପୋଷ୍ଟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି । ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।