ନିଜ ଖୋଳିଥିବା ଗାତରେ ପଡିଲେ ପାକିସ୍ତାନ ସେନା ମୁଖ୍ୟ, ଅସୀମ ମୁନିରଙ୍କ ଗାଦିଚ୍ୟୁତ ସହ ଗିରଫ ହୋଇଥିବା ଚର୍ଚ୍ଚା

ପାକିସ୍ତାନ ଭିତରେ ଗୃହ ଯୁଦ୍ଧ । ନିଜ ଖୋଳିଥିବା ଗାତରେ ପଡିଲେ ପାକିସ୍ତାନ ସେନା ମୁଖ୍ୟ । ଜେନେରାଲ ଅସୀମ ମୁନିରଙ୍କ ଆସନ ଟଳମଳ । ତାଙ୍କୁ ଗାଦିଚ୍ୟୁତ କରିବା ସହ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି । ମୁନିରଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି । ଜଏଣ୍ଟ ଚିଫ ଅଫ ଷ୍ଟାଫ୍ କମିଟି ଜେନେରାଲ ସାହିର ସମଶାଦ ମିର୍ଜାଙ୍କୁ ସେନାର ନେତୃତ୍ବ ଦାୟିତ୍ବ ମିଳିଥିବା ଚର୍ଚ୍ଚା ହେଉଛି । ଅସୀମଙ୍କୁ ଜେନେରାଲ ସାହିର ଶମଶାଦ ମିର୍ଜା ହେପାଜତକୁ ନେଇଥିବା କୁହାଯାଉଛି ।

ନିଜ ଅହଙ୍କାର ଓ ସ୍ବାର୍ଥ ପାଇଁ ମୁନୀର ପାକିସ୍ତାନକୁ ବିନାଶ ମୁହଁକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ଦେଶର ଚାଲିଥିବା ସଙ୍କଟକୁ ଆହୁରି ଜଟିଳ କରିବା ପାଇଁ ସେନାର ଅପବ୍ୟବହାର କରିବାର ଅଭିଯୋଗ ମଧ୍ୟ କରାଯାଇଛି । ଦେଶଦ୍ରୋହ ଅଭିଯୋଗରେ ତାଙ୍କୁ ସାମରିକ ଅଦାଲତରେ ବିଚାରର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି କୁହାଯାଉଛି । ଅସୀମ ମୁନିର ଇମ୍ରାନ ଖାଁଙ୍କ ପ୍ରସଙ୍ଗରେ ଚାପରେ ଥିଲେ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସେପଟେ ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଶେହବାଜ ସରିଫଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଶେହବାଜ ଦେଶ ଛାଡ଼ି ପଳାଇଯାଇଥିବା କିଛି ରିପୋର୍ଟ ପ୍ରକାଶ ପାଇଛି । ଏକ ପ୍ରାଇଭେଟ ଜେଟରେ ବସି ଦେଶଛାଡ଼ି ପଳାଇଥିବା କୁହାଯାଉଛି ।

 

ଆହୁରି ପଢ଼ନ୍ତୁ :  କେଉଁଠି ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ? ପ୍ରାଇଭେଟ ଜେଟରେ ବସି ଦେଶ ଛାଡ଼ି ପଳାଇଥିବା ଚର୍ଚ୍ଚା