ଦେଶରୁ ନିଖୋଜ ହେଲେ ପାକିସ୍ତାନ ସେନାର ମୁଖ୍ୟ, ଶାହାବାଜ ସରିଫଙ୍କୁ ଆଇଏସଆଇ ମୁଖ୍ୟ କଲେ NSA

ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଏହି ସମୟରେ ପାକିସ୍ତାନର ସେନା ଅଧ୍ୟକ୍ଷ ଜେନେରାଲ ଅସୀମ ମୁନୀର ଦେଶ ଛାଡି ନିଖୋଜ ହୋଇଥିବା ଖବର ବର୍ତ୍ତମାନ ମିଳୁଛି । ପାକିସ୍ତାନର ମୁଖ୍ୟ ସେନା ନିଜ ପରିବାର ସହ ଦେଶ ଛାଡି ପଳାଇଯାଇଥିବାର ସୂଚନା ମିଳୁଛି । ଯାହା ଏବେ Xରେ ଭାଇରଲ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପହଲଗାମ ଆକ୍ରମଣର ଶୁଣାଣି ସୁପ୍ରିମକୋର୍ଟରେ କରାଯିବ । ଭାରତ ଏବେ ପ୍ରତିଶୋଧ ପାଇଁ ପ୍ରସ୍ତତି ଜୋରଦାରର ସହିତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଶାହବାଜ ସରିଫଙ୍କୁ ଆଇଏସଆଇ ମୁଖ୍ୟ କଲେ ଏନଏସଏ (NSA)। ଆଇଏସଆଇ ଭାବେ ଜେନେରାଲ ମହମ୍ମଦ ଅସୀମ ମୁନୀରଙ୍କୁ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ତାଙ୍କୁ ନିଯୁକ୍ତି କରାଯାଇଥିଲା । କିନ୍ତୁ ପହଲଗାମ ଆକ୍ରମଣ ପରେ ସେ ତାଙ୍କ ପରିବାର ସହିତ ଘର ଛାଡି ଚାଲିଯାଇଥିବା ଖବରକୁ ନେଇ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ଧରିଛି । ଏହାରି ଭିତରେ ମୁନୀର ହ୍ୟାସଟ୍ୟାଗ୍ ସହିତ ମିମ୍ସରେ ବନ୍ୟା ଆସିଛି ଲେଖି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ମୁନିରଙ୍କୁ କୌଣସି ସ୍ଥାନରେ କାମ କରୁଥିବା ଦେଖାଯାଉନାହିଁ । ଖବର ମୁତାବକ ସେ ଦେଶ ଛାଡି ପଳାଇଛନ୍ତି ନଚେତ୍ ରାଓ୍ଲପିଣ୍ଡିର ଏକ ବ୍ୟାଙ୍କରରେ ଲୁଚି ରହିଥିବା ଦାବି କରାଯାଉଛି । ଅନ୍ୟପଟେ ଭାରତ ପାକିସ୍ତାନର ISPRର ସରକାରୀ YOUTUBE ଚ୍ୟାନେଲକୁ ବନ୍ଦ କରିଦିଆଯାଇଛି । ଭାରତ ବିରୋଧରେ ମତ ଦେଉଥିବା ପାକିସ୍ତାନୀ କଳାକାରଙ୍କ ଆକାଉଣ୍ଟକୁ ବ୍ୟାନ କରିଦିଆଯାଇଛି । ଏହା ବ୍ୟତୀତ ପାକିସ୍ତାନୀ ଅଭିନେତା ମହିରା ଖାନ, ହାନିଆ ଆମିର, ଅଲି ଜାଫର, ସାନମ ସଇଦ, ବିଲାଲ ଅବ୍ବାସ, ଲାକ୍ରା ଅଜିଜ, ଆୟେଜା ଖାନ, ଇମ୍ରାନ ଅବ୍ବାସ ଏବଂ ସାଜଲ ଅଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନିଷେଧ କରାଯାଇଛି ।
ହମ୍ ଟିଭି ପାକିସ୍ତାନ, ଜିଓ ଟିଭି ଏବଂ ଆର୍ଯ୍ୟ ଡିଜିଟାଲର ଇନଷ୍ଟାଗ୍ରାମ-ୟୁଟ୍ୟୁବ୍ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ୟାନ୍ କରାଯାଇଛି । ଏଥି ସହିତ ଭାରତ ପାକିସ୍ତାନର ବିମାନ ଚଳାଚଳ ପାଇଁ ଆକାଶ ସୀମାକୁ ବନ୍ଦ କରିବାକୁ ଘୋଷଣା କରିଛି । ଏପଟେ ପହଲଗାମ ଆକ୍ରମଣ ପରେ ଗତକାଲି ବୈଠକ ଆୟୋଜିତ ହୋଇଥିଲା । ସେ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯିବ । ଆକ୍ରମଣର ତଦନ୍ତ ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଏକ ନ୍ୟାୟିକ କମିଶନ ଗଠନ କରିବାକୁ ଦାବିକରାଯାଇଛି । ଏହା ସହିତ SIT ଗଠନ ପାଇଁ ମଧ୍ୟ ଦାବି କରିଛନ୍ତି ।
ପହଲଗାମ ଆକ୍ରମଣ ସୂଚନାନୁଯାୟୀ, ପହଲଗାମ ଆକ୍ରମଣ ପୂର୍ବରୁ ଆତଙ୍କବାଦୀମାନେ ଆଡୁ ଭ୍ୟାଲି, ବେତାବ ଭ୍ୟାଲି ଏବଂ ବୈସାରନ ଭ୍ୟାଲି ସମେତ ଏଠାକାର ସମସ୍ତ ପର୍ଯ୍ୟଟନ ସ୍ଥଳର ରେକି କରିଥିଲେ। ଆକ୍ରମଣର ଦୁଇ ଦିନ ପୂର୍ବରୁ ଆତଙ୍କବାଦୀ ପହଲଗାମ ଜଙ୍ଗଲରେ ବୁଲି ଟ୍ରାକିଂକରୁଥିଲେ । ଯାହାପରେ ୨୦ଏପ୍ରିଲରେ ପହଲଗାମ ଉପରେ ଆକ୍ରମଣ ଆରମ୍ଭ କରିଥିଲେ । ସେହିପରି ଲଗାତାର ଗୁଳିଚାଳନା କରି ପାକିସ୍ତାନକୁ ଉଚିତ୍ ଜବାବ ଦେଇଛି ଭାରତୀୟ ସେନା । ପାକିସ୍ତାନ ଭାରତ ଉପରେ ସାଇବର ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି । କିନ୍ତୁ ଭାରତୀୟ ସେନାର ଦୃଢ଼ ସୁରକ୍ଷା ପ୍ରୋଟୋକଲ ଯୋଗୁଁ ସାଇବର ଆକ୍ରମଣ ବିଫଳ ହୋଇଥିଲା ।
Also Read : ଆମେରିକାରେ ବଢୁଛି ମହାମାରୀ H5N1 ଭାଇରସ, ଚିକେନ୍ ଖାଇବା ଦ୍ବାରା ବ୍ୟାପୁଛି ସଂକ୍ରମଣ