କାଙ୍ଗାଳିଆ ସ୍ଥିତିରେ ପହଞ୍ଚିଛି ପାକ୍‌: ଗୋଟିଏ ପଟେ ଋଣ, ଅନ୍ୟପଟେ ଘୋର ଆର୍ଥିକ ସଂକଟ

ଦରଦାମ ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ପାକିସ୍ତାନ । ଶ୍ରୀଲଙ୍କାକୁ ପଛରେ ପକାଇଲା । ଦେଶର ମୁଦ୍ରାସ୍ପିତି ୩୮ ପ୍ରତିଶତରେ ପହଞ୍ଚିଛି ।

ଦରଦାମ ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ପାକିସ୍ତାନ । ଶ୍ରୀଲଙ୍କାକୁ ପଛରେ ପକାଇଲା । ଦେଶର ମୁଦ୍ରାସ୍ପିତି ୩୮ ପ୍ରତିଶତରେ ପହଞ୍ଚିଛି । ଶ୍ରୀଲଙ୍କାରେ ଏବେ ମୁଦ୍ରାସ୍ପିତି ୨୫.୨ ପ୍ରତିଶତ ଅଛି । ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତିକରୁଛି ପାକ୍‌ । ଗୋଟିଏ ପଟେ ଋଣ ଅନ୍ୟପଟେ ଘୋର ଆର୍ଥିକ ସଂକଟ ଦେଇ ଗତିକରୁଛି ଦେଶ । ଋଣ ବୋଝ ବଢିଚାଲିଥିବାବେଳେ ଖାଲି ହେଉଛି ବିଦେଶୀ ମୁଦ୍ରା ଭଣ୍ଡାର ।

କାଙ୍ଗାଳିଆ ସ୍ଥିତିରେ ପହଞ୍ଚିଛି ପାକ୍‌ । ମେ ୨୦୨୩ରେ ପାକିସ୍ତାନ ମୁଦ୍ରାସ୍ପିତି ୩୮ ପ୍ରତିଶତରେ ପହଞ୍ଚିଛି । ଯାହା ଏସିଆରେ ସର୍ବାଧିକ । ଏହା ସହ ୧୯୫୭ ମସିହା ପରଠାରୁ ମଧ୍ୟ ଏହା ସର୍ବାଧିକ । ବିଦେଶୀ ଋଣ, ସ୍ଥାନୀୟ ମୁଦ୍ରା ଦୁର୍ବଳ ଓ ବିଦେଶର ମୁଦ୍ରା ଭଣ୍ଡାର କମ ହେବା ପରି ସଙ୍କଟରେ ଘେରି ରହିଛି ଦେଶ । ଏଭଳି ଗମ୍ଭୀର ସଙ୍କଟ ମଧ୍ୟରେ IMF ସର୍ତ୍ତ ପୂରଣ ପାଇଁ ପଛଘୁଞ୍ଚା ଦେଇଛି ପାକ୍‌ ।

ତେଣୁ ଜୁନ ଶେଷରେ ଯଦି IMFର ଫଣ୍ଡିଂ ଶେଷ ହୁଏ, ପାକିସ୍ତାନ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯିବ। ଦେଶର ମୁଦ୍ରା ଦୁର୍ବଳ ହେବା ସହ ଖାଦ୍ୟଶସ୍ୟର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବଢିଛି ।ଏବେ ପାକରେ ଖାଦ୍ୟ ମୁଦ୍ରାସ୍ପିତି ୪୮.୭ ପ୍ରତିଶତ ରହିଛି । ତେବେ ଆର୍ଥିକ ସଙ୍କଟ ମଧ୍ୟରେ ସରିଫ ସରକାର ଓ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିବାଦ କାରଣରୁ ଦେଶରେ ରାଜନୈତିକ ସଙ୍କଟ ମଧ୍ୟ ଘନେଇବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.