ଭୟଭୀତ ପାକିସ୍ତାନ, ଇସଲାମବାଦ ଏବଂ ଲାହୋରକୁ ନୋ ଫ୍ଲାଇଂ ଜୋନ୍ କଲା ଘୋଷଣା

ପହଲଗାମ ଆତଙ୍କୀ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଏବେ ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟଭୀତ ରହିଛନ୍ତି । ଭାରତ ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ଘୋଷଣା କରିପାରେ ବୋଲି ସମସ୍ତ ପାକିସ୍ତାନୀ ନେତା କହୁଛନ୍ତି । ଏହାରି ମଧ୍ୟରେ ପାକିସ୍ତାନ ସରକାର ନିଜର ରକ୍ଷା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନର ଦୁଇଟି ମୁଖ୍ୟ ସହର ଇସଲାମବାଦ ଏବଂ ଲାହୋରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି ।

ପାକିସ୍ତାନରୁ ଆସୁଥିବା ଖବର ମୁତାବକ, ପାକିସ୍ତାନ ମଇ ୨ ତାରିଖ ଯାଏଁ ଇସଲାମବାଦ ଏବଂ ଲାହୋରକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି । ଏହି ସହର ଉପରେ କୌଣସି ଏୟାରକ୍ରାଫ୍ଟ ଯାଇପାରିବ ନାହିଁ । ଇସଲାମବାଦ ଏବଂ ଲାହୋର ପାକିସ୍ତାନର ମୁଖ୍ୟ ସହର ।

ଭାରତ ଆକ୍ରମଣ କରିବା ଭୟରେ ପାକିସ୍ତାନର ସୂଚନା ମନ୍ତ୍ରୀ ଉତାଉଲ୍ଲାହ ତରାର ଅଧରାତିରେ ପ୍ରେସ କନଫରେନ୍ସ କରିଥିଲେ । ସେ କହିଥିଲେ, ଭାରତ ଆଗାମୀ ୨୪ କିମ୍ବା ୩୬ ଘଣ୍ଟା ଭିତରେ ପାକିସ୍ତାନ ଉପରେ ଆକ୍ରମଣ କରିପାବେ । ପାକିସ୍ତାନ ନିଜେ ଆତଙ୍କବାଦର ଶିକାର ହେଉଛି ବୋଲି ତରାର କହିଛନ୍ତି । ଆମେ ସବୁବେଳେ ଆତଙ୍କବାଦକୁ ନିନ୍ଦା କରୁ ।

ପାକିସ୍ତାନ ପକ୍ଷରୁ ଏଲଓସିରେ ଲଗାତାର ଗୁଳିମାଡ଼ କରୁଛି । ଯାହାର ମୁହଁତୋଡ ଯବାବ ଦେଉଛି ଭାରତୀୟ ସେନା । ଭାରତୀୟ ଯବାନ ପାଲଟା ଗୁଳି ବର୍ଷା କରୁଛନ୍ତି । ଗତକାଲି ରାତିସାରା ଏଲଓସିର ସୁନ୍ଦରବାନୀ, ଅଖନୁର ସେକ୍ଟରରେ ବିଭିନ୍ନ ସ୍ଥାନରୁ ଗୁଳିମାଡ଼ ହେଉଛି । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଟେନସନ୍ ବଢ଼ୁଥିବା ବେଳେ ଅଶାନ୍ତ ହୋଇଛି ଏଲଓସି  ।

ସୂଚନାଯୋଗ୍ୟ, ୨୨ ଏପ୍ରିଲରେ, ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କକ ଏକ ଗ୍ରୁପ କାଶ୍ମୀର ପହଲଗାମର ବୈସରଣ ଉପତ୍ୟକାରେ ବୁଲୁଥିବା ପର୍ଯ୍ୟଟକମାନଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ । ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ଜମ୍ମୁ-କଶ୍ମୀରରୁ ବହୁ ସଂଖ୍ୟକ ପର୍ଯ୍ୟଟକ ବୁକିଂ କ୍ୟାନସଲ କରି ଫେରି ଯାଇଥିଲେ । ତେବେ ଘଟଣାକୁ କିଛିଦିନ ବିତିବା ପରେ ପର୍ଯ୍ୟଟକମାନେ ଧୀରେ ଧୀରେ ପହଲଗାମ ସମେତ ଅନ୍ୟାନ୍ୟ ସ୍ଥାନକୁ ଫେରୁଥିଲେ । ପହଲଗାମରେ ମଧ୍ୟ ପୂର୍ବଭଳି ପର୍ଯ୍ୟଟକଙ୍କ ଗହଳିଚହଳି ନାହିଁ । ଏପରିସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟନ ସ୍ଥଳ ଓ ରିସୋର୍ଟ ବନ୍ଦ ନେଇ ଜମ୍ମୁ କଶ୍ମୀର ସରକାରଙ୍କ ନିଷ୍ପତ୍ତି ଦ୍ବାରା ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି ।

Also Read : ପାକିସ୍ତାନକୁ ଭାରତର କଡ଼ା ଜବାବ, ଜମ୍ମୁ କଶ୍ମୀରର LOCରେ ବର୍ଷୁଛି ଗୁଳି