ପାକିସ୍ତାନ ନିର୍ବାଚନ : ଇମ୍ରାନ ଖାନଙ୍କୁ କଡ଼ା ଟକ୍କର ଦେଉଛନ୍ତି ନୱାଜ

ନୂଆଦିଲ୍ଲୀ : ଚାଲିଛି ପାକିସ୍ତାନ କାଉଣ୍ଟିଂ। ଲିଡ୍ରେ ଅଛି ଇମରାନ ଖାନଙ୍କ ପାକିସ୍ତାନ ତେହରିକ ଏ ଇନ୍ସାଫ। ଇମରାନଙ୍କ ଦଳକୁ କଡା ଟକ୍କର ଦେଉଛି ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍। ବିବାଦ ଓ ହିଂସା ଭିତରେ ଗତକାଲି ପାକିସ୍ତାନରେ ଅନୁଷ୍ଠିତ ହୋଇଥିଲା ଭୋଟିଂ। ୨୭୨ଟି ଆସନ ଲାଗି ନିର୍ବାଚନରେ ଭାଗ ନେଇଥିଲେ ୩୦ଟି ରାଜନୈତିକ ଦଳର ୩ ହଜାରରୁ ଅଧିକ ପ୍ରାର୍ଥୀ। ଏହାସହ ୪ଟି ରାଜ୍ୟ ପଞ୍ଜାବ, ସିନ୍ଧ, ବଲୁଚିସ୍ତାନ ଓ ଖାଇବର ପସ୍ତୁନ ଲାଗି ୫୭୭ ଆସନରେ ଲଢୁଥିଲେ ୮ ହଜାରରୁ ଅଧିକ ପ୍ରାର୍ଥୀ।

ଅଭିଯୋଗ ହେଉଛି, ପାକିସ୍ତାନ ସେନା ନିର୍ବାଚନରେ ହସ୍ତକ୍ଷେପ କରୁଛି। ସେନା ଇମ୍ରାନ ଖାନଙ୍କ ଦଳ ତେହରିକ୍ ଏ ପାକିସ୍ତାନକୁ ସମର୍ଥନ କରୁଛି। ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି ପାକିସ୍ତାନ ସେନା। ଏହାସହ ଅନେକ ଆତଙ୍କବାଦୀ ସଂଗଠନ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି। ୪୬୦ ଜଣ ପ୍ରାର୍ଥୀ ଆତଙ୍କବାଦୀ ସଂଗଠନ ସହ ଜଡିତ ଥିବା ଜଣା ପଡିଛି। ନିର୍ବାଚନ ପୂର୍ବରୁ ମିଡିଆ ଉପରେ ଲାଗିଥିଲା କଟକଣା। ଅନେକ ରାଜନୈତିକ ଦଳ ନେତାଙ୍କୁ ହଇରାଣ କରାଯାଇଥିଲା। ପାକିସ୍ତାନ ମୁସଲିମ ଲିଗ୍ ନୱାଜର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like